ମୁମ୍ବାଇ: ଆଜି ଅର୍ଥାତ୍ ଜୁନ୍ ୨୬ରେ ବଲିଉଡ୍ ଅଭିନେତା ଅର୍ଜୁନ କପୁର ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ସେ ପ୍ୟାରିସରେ ତାଙ୍କ ଲେଡି ଲଭ୍ ମଲାଇକା ଆରୋରାଙ୍କ ସହ ଅଛନ୍ତି। ଫଟୋରେ ସେ ତାଙ୍କର ଏହି ଗୋଲ୍ଡେନ୍ ମୁହୂର୍ତ୍ତର କିଛି ଝଲକ ପ୍ରଶଂସକଙ୍କୁ ଦେଖାଇଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସକଙ୍କ ସହ ଅର୍ଜୁନଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଭଉଣୀ ଜାହ୍ନବୀ କପୁରଙ୍କ ସହ ସୋନମ କପୁର, କ୍ୟାଟ୍ରିନା କୈଫ୍ ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।
ଅର୍ଜୁନଙ୍କ ସହ ଭଉଣୀମାନଙ୍କ ସହିତ ଏକ ବିଶେଷ ବନ୍ଧନ ରହିଛି। ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଅର୍ଜୁନ ଜାହ୍ନବୀଙ୍କୁ ଖୁବ୍ ସପୋର୍ଟ ଦେଇଆସିଛନ୍ତି। ଆଜି ଭାଇଙ୍କ ଜନ୍ମଦିନରେ ଜାହ୍ନବୀ ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ଭାଇଙ୍କ ପ୍ରତି ନିଜର ଭଲ ପାଇବା ପ୍ରକାଶ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଭାଇ ତୁମେ ହେଉଛ ମୋ’ ଶକ୍ତି। ଏଥିରୁ ବୁଝା ପଡୁଛି ଜଣେ ଭାଇ ପ୍ରତି ଭଉଣୀର କେତେ ଭଲ ପାଇବା ରହିଛି।