ଡରିଗଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଦିଭା ଜାହ୍ନବୀ କପୁରଙ୍କ ଅଭିନୀତ ମୁଭି ‘ବବାଲ’ ନିକଟରେ ରିଲିଜ ହୋଇଛି। ଯାହାକୁ ନେଇ ସେ ଏବେ ଅଛନ୍ତି ଚର୍ଚ୍ଚାରେ। ଏହାସହ ଅଭିନେତ୍ରୀ ଏବେ ଏକ ପାପାରାଜି ଭିଡିଓକୁ ନେଇ ବି ଚର୍ଚ୍ଚାକୁ ଆସିଛନ୍ତି। ଜାହ୍ନବୀ ଏକ ବ୍ୟାଗି ଗ୍ରେ ଟି ସର୍ଟ, ବ୍ଲାକ ସର୍ଟସ ଓ ଚପଲ ପିନ୍ଧି ନିଜ କାରରୁ ଓହ୍ଲାଇଥିଲେ। ଆଉ କେଶକୁ ବାନ୍ଧି ଦେଇଥିଲେ। ଏତିକିବେଳେ ପାପାରାଜି ତାଙ୍କୁ ଅଟକାଇ ଦେଇଥିଲେ ଆଉ ତାଙ୍କ ନାଁ ଧରି ଡାକିବା ସହ ଫଟୋ ଉଠାଇବା ଆରମ୍ଭ କରି ଦେଇଥିଲେ। ଏମାନଙ୍କ ଏହି ହରକତ ଦେଖି ଡରି ଯାଇଥିଲେ ଅଭିନେତ୍ରୀ, ଆଉ କହିଥିଲେ ଆପଣମାନେ ଡରାଇ ଦେଲେ।
ପୁଣି ଶଟରବଗ୍ସ ତାଙ୍କୁ କ୍ଷମା ମାଗିଥିଲେ। ହେଲେ ସେତେବେଳେ ପର୍ଯ୍ୟନ୍ତ ବି ତାଙ୍କ ରାଗ ଥମି ନ ଥିଲା। କିନ୍ତୁ ଗୋଟିଏ ସେକେଣ୍ଡ ଭିତରେ ଜାହ୍ନବୀ ପାପାରାଜିଙ୍କୁ ଏକ ଆଟ୍ରାକଟିଭ ସ୍ମାଇଲ ଦେଇଥିଲେ। ଏହାପରେ ସାଙ୍ଗେ ସାଙ୍ଗେ ଅଲବିଦା କହିଦେଇଥିଲେ, ଆଉ ବିଲଡିଂ ଭିତରକୁ ଚାଲି ଯାଇଥିଲେ। ହେଲେ ଏହାରି ଭିତରେ ଫଟୋଗ୍ରାଫରଙ୍କ ସହ ତାଙ୍କର ଛୋଟିଆ କଥାବାର୍ତ୍ତାର ଏକ ଭିଡିଓ ହୋଇଯାଇଥିଲା, ଯାହା ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି।

Share