ଜୟ ଜଗନ୍ନାଥ ସିଲେଇ ୟୁନିଟ ପ୍ରତି ନିଘା ନାହିଁ

ଓଡ଼ଗାଁ, ୨୪ା୭(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁରେ ସୁରଟ ଓ ଦିଲ୍ଲୀ ଢାଞ୍ଚାରେ ତିଆରି ହୋଇଥିବା ପୋଷାକ ପ୍ରସ୍ତୁତ କାରଖାନା ପ୍ରତି କାହାର ନିଘାନାହିଁ। ୨୫ ଜାନୁୟାରୀ ୨୦୧୮ରେ ୬୦ ଜଣ ମହିଳାଙ୍କୁ ନେଇ ମିଶନ ଶକ୍ତି ଅନ୍ତର୍ଗତ ଜୟ ଜଗନ୍ନାଥ ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ ହେବା ସହିତ ସେମାନଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇଥିଲା। ସମସ୍ତ ତାଲିମପ୍ରାପ୍ତ ମହିଳା ନିଜକୁ ଆତ୍ମ ନିର୍ଭରଶୀଳ କରିବାକୁ ସମ୍ପୃକ୍ତ ଏସ୍‌ଏଚ୍‌ଜି ଉପରେ ନିର୍ଭରଶୀଳ। ଏହି ଗୋଷ୍ଠୀକୁ ଦିଗ୍‌ଦର୍ଶନ ଦେବାକୁ ସୁରଟର କାମଧନ୍ଦା ଛାଡ଼ି ଗାଁକୁ ଚାଲି ଆସିଥିବା ଯୁବ ଉଦ୍ୟୋଗୀ ଭାସ୍କର ସାହୁ ଓ ସ୍ତ୍ରୀ ମିନତିଙ୍କ ଉଦ୍ୟମରେ ଏସ୍‌ଏଚ୍‌ଜି ଗୋଷ୍ଠୀ ଗଠନ କରି ଗାଁ ଗହଳିର ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ସକ୍ଷମ ହୋଇଛନ୍ତି। ସେମାନେ ଏକକାଳୀନ ଶତାଧିକ ସଂଖ୍ୟାରେ ଅଙ୍ଗନୱାଡି ଶିଶୁଙ୍କଠାରୁ ଆରମ୍ଭ କରି ହାଇସ୍କୁଲ ଛାତ୍ରୀଛାତ୍ରଙ୍କ ନିମନ୍ତେ ୟୁନିଫର୍ମ ପ୍ରସ୍ତୁତ କରିବାରେ ପାରଦର୍ଶିତା ହାସଲ କରିଛନ୍ତି। ଜିଲା ତଥା ଜିଲା ବାହାରେ ସୁନାମ ଅର୍ଜନ କରିଛନ୍ତି। ଏପରି କି କରୋନା ସମୟରେ ମାସ୍କ ନିର୍ମାଣ ସହ ଜାତୀୟ ପତାକା ପ୍ରସ୍ତୁତ ଓ ବିତରଣ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଏପରିସ୍ଥଳେ ତାଙ୍କ ୟୁନିଟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ସ୍କୁଲ ପୋଷାକ ଜିଲା ଶିକ୍ଷା ବିଭାଗ ଦ୍ୱାରା କିଣାଯାଉନାହିଁ। ଫଳରେ ସେ ପଡୋଶୀ ଗଞ୍ଜାମ, କନ୍ଧମାଳ ଆଦି ଜିଲାର ଶିକ୍ଷା ବିଭାଗକୁ ପୋଷାକ ପ୍ରସ୍ତୁତ କରି ପଠାଇବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ୟୁନିଟ ସମ୍ପାଦିକା ମିନତି ଓ ସଭାନେତ୍ରୀ ନନ୍ଦିନୀ ସାହୁ ଏକାଧିକ ଥର ଜିଲାପାଳଙ୍କୁ ଭେଟି ନିଜ ୟୁନିଟ ଦ୍ୱାରା ପ୍ରସ୍ତୁତ ପୋଷାକ ଶିକ୍ଷା ବିଭାଗ ଦ୍ୱାରା କ୍ରୟ କରିବାକୁ ଅନୁରୋଧ କରିଥିଲେ। ଜିଲାପାଳ ଏ ନେଇ ଶିକ୍ଷା ବିଭାଗକୁ ତତ୍‌ସମ୍ବନ୍ଧୀୟ ନିର୍ଦ୍ଦେଶ ଦେଇଥିଲେ ହେଁ କାର୍ଯ୍ୟକାରୀ ହୋଇନାହିଁ। ଏହି ୟୁନିଟ୍‌ରୁ ପୋଷାକ କ୍ରୟ କରାଯାଉ ନ ଥିବାରୁ ଗୋଷ୍ଠୀର ମହିଳାମାନେ ନାନା କ୍ଷତି ସହିବାକୁ ବାଧ୍ୟ ହୋଇଛନ୍ତି। ଏହି ୟୁନିଟ ତଥା ମିଶନ ଶକ୍ତିରେ ସାମିଲ ଥିବା ୬୦ ମହିଳାଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ତାଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ କ୍ରୟ କରିବାକୁ ଜିଲାପାଳ ଦୃଢ କାଯର୍‌ୟାନୁଷ୍ଠାନ ନେବାକୁ ସେମାନେ ୫-ଟି ସଚିବ ଭି.କେ. ପାଣ୍ଡିୟାନଙ୍କ ଓଡ଼ଗାଁ ଗସ୍ତ ସମୟରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ସେମାନେ ୫ ରୁ ୬ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ କରିବା ସହ ଭଡ଼ା ଘରେ ଏହି ୟୁନିଟକୁ ଚଲାଇ ଆସୁଛନ୍ତି। ଘରଭଡ଼ା ବାବଦକୁ ମାସିକ ୧୮ ହଜାର, ବିଦ୍ୟୁତ୍‌ ବିଲ ୪ରୁ ୫ ହଜାର, ଅନ୍ୟାନ୍ୟ ୩ ରୁ ୫ ହଜାର ଟଙ୍କା ବ୍ୟୟ କରିବାକୁ ପଡୁଛି। ଏହା ସହ ସେମାନଙ୍କ ପାରିଶ୍ରମିକ ବାବଦକୁ ମାସିକ ୩ ରୁ ସାଢେ ୩ ଲକ୍ଷ ଟଙ୍କା ଦିଆଯାଉଥିବା ସମ୍ପାଦିକା ସାହୁ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଜିଲାର ସମସ୍ତ ସ୍କୁଲର ପରିଚାଳନା କମିଟି ନିଜ ବ୍ଲକ କିମ୍ବା ଜିଲାରେ ପ୍ରସ୍ତୁତ ହେଉଥିବା ଉତ୍ତମମାନର ସ୍କୁଲ ୟୁନିଫର୍ମ କିଣିବା ବଦଳରେ ଦଲାଲଙ୍କ ଜରିଆରେ କୋଲକାତା କିମ୍ବା ଅନ୍ୟ ରାଜ୍ୟରୁ ଆମଦାନୀ କରୁଛନ୍ତି। ଜିଲାରେ ତାଙ୍କ ୟୁନିଟ ଦ୍ୱାରା ପ୍ରସ୍ତୁତ ପୋଷାକ କ୍ରୟ ନ କରିବାକୁ ନେଇ ସେମାନେ ନାନା ସନ୍ଦିହାନରେ ରହିଛନ୍ତି। ଅନ୍ୟପକ୍ଷେ ମିଶନ ଶକ୍ତି ନାମରେ କୋଟି କୋଟି ଟଙ୍କା ଅନୁଦାନ ବିନିଯୋଗ ହେଉଥିବା ବେଳେ ନିଜସ୍ବ ଉଦ୍ୟମରେ ଗଠନ ହୋଇଥିବା ଏହି ସିଲେଇ ୟୁନିଟ ନିଜର ମିଶନ ଶକ୍ତି ସତ୍ତା ହରାଇବାକୁ ବସିବ ବୋଲି ଏହାର ଦିଗଦର୍ଶକ ସାହୁ ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନୁଷ୍ୟ ଚନ୍ଦ୍ରପୃଷ୍ଠରେ କାହିଁକି ହୋଇଯାଏ ମୁକ-କାଲ? ଜାଣନ୍ତୁ ଏହା ପଛର ବିଜ୍ଞାନ…

‘ଚନ୍ଦ୍ର’ ହେଉଛି ଗୋଟିଏ ମାତ୍ର ଉପଗ୍ରହ ଯାହା ଉପରେ ମନୁଷ୍ୟ ପାଦ ରଖିଛି। ହେଲେ ଅନେକ ସମୟରେ ପ୍ରଶ୍ନ ଉଠେ ଯେ କାହିଁକି ଚନ୍ଦ୍ରପୃଷ୍ଠରେ ଲୋକେ...

ଶୀର୍ଷରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ନଂ. ୩କୁ ଖସିଲେ ମିଷ୍ଟ୍ରୀ ସ୍ପିନର ଚକ୍ରବର୍ତ୍ତୀ

ଦୁବାଇ,୨ା୪: ଭାରତର ମିଷ୍ଟ୍ରୀ ସ୍ପିନର ବରୁନ ଚକ୍ରବର୍ତ୍ତୀ ଆଇସିସି ପୁରୁଷ ଟି୨୦ ବୋଲିଂ ର଼୍ୟାଙ୍କିଙ୍ଗ୍ସରେ ଗୋଟିଏ ସ୍ଥାନ ତଳକୁ ଖସି ୩ୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ...

ଗୁଜରାଟରେ ବାୟୁସେନା ଲଢୁଆ ବିମାନ ଦୁର୍ଘଟଣଗ୍ରସ୍ଥ, ସମଗ୍ର ଅଞ୍ଚଳରେ ଖେଳିଗଲା ନିଆଁ

ଜାମନଗର,୨।୪: ଗୁଜରାଟ ଜାମନଗରରେ ବାୟୁସେନା ଲଢୁଆ ବିମାନ ଜାଗୁଆର ଦୁର୍ଘଟଣଗ୍ରସ୍ଥ ହୋଇଛି। ରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ସୁବରଡ଼ା ଗାଁ’ରେ...

ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି

ଭୁବନେଶ୍ୱର,୨ା୪(ରବିନାରାୟଣ ଜେନା): ରାଜ୍ୟରେ ଗତ ୨୨ ବର୍ଷରେ ଖଣିଜ ଅଞ୍ଚଳରେ ଲିଜ୍‌ଧାରୀମାନେ କିଭଳି ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି ତା’ର ଦସ୍ତାବିଜ୍‌ ରାଜ୍ୟ ମହାଲେଖାକାରଙ୍କ...

Breaking: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଆଖି ବୁଜିଲେ ପତ୍ନୀ

ମୁମ୍ବାଇ: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଛି। ତାଙ୍କ ପତ୍ନୀ ରେଶମ କୌରଙ୍କ ଦେହାନ୍ତ ହୋଇଯାଇଛି। ସେ ବହୁତ ଦିନ ଧରି...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର,୨।୪: ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ କାମ ବିଲ୍ ପରିଶୋଧ କରିବା ପାଇଁ ଲାଞ୍ଚ ଦାବି ଏବଂ ଗ୍ରହଣ କରୁଥିବା ସମୟରେ ଓଡ଼ିଶା ଭିଜିଲାନ୍ସ...

ଲାଞ୍ଜିଗଡ଼ରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ

ଲାଞ୍ଜିଗଡ, ୨ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ...

Japan Earthquake: ଭୂକମ୍ପ ଝଟ୍‌କାରେ ପୁଣି ଥରିଲା ଜାପାନ, ୬.୦ ତୀବ୍ରତା ଯୋଗୁ ଲୋକେ ଆତଙ୍କିତ

ଟୋକିଓ,୨।୪: ମଙ୍ଗଳବାର ରାତିରେ ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image