୭ ଭାଷାରେ ନିର୍ମାଣ ହେବ ଜୟ ମା’ ସମଲେଇ ସିନେମା

ସମ୍ବଲପୁର,୨ା୨(ଭବାନୀ ଶଙ୍କର ଭୋଇ): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମହିମା ସାରା ଦେଶରେ ପ୍ରଚାର କରିବା ପାଇଁ ଜୟ ମା’ ସମଲେଇ ନାମରେ ୭ଟି ଭାଷାରେ ଚଳଚ୍ଚିତ୍ର ନିର୍ମାଣ କରାଯିବ। ଏଥିପାଇଁ ଓଡ଼ିଶାର ୩ ପ୍ରତିଷ୍ଠିତ ଚଳଚ୍ଚିତ୍ର ପ୍ରଯୋଜନାକାରୀ ସଂସ୍ଥା ମିଳିତ ପ୍ରୟାସ ଚଳାଇଛନ୍ତି। ଚଳଚ୍ଚିତ୍ରର ପୋଷ୍ଟରକୁ ଗୁରୁବାର ମା’ଙ୍କ ପୂଜାର୍ଚ୍ଚନା ପରେ ଉନ୍ନୋଚନ କରାଯାଇଥିଲା। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ନିର୍ମାଣ ହେବ। ସମ୍ବଲପୁର ସମେତ ପଶ୍ଚିମାଞ୍ଚଳର ବିଭିନ୍ନ ଅଞ୍ଚଳରେ ଶୁଟିଂ କରାଯିବ ବୋଲି ସିନେମାର ପ୍ରଯୋଜକ କୁମାର ମହାପାତ୍ର କହିଛନ୍ତି। ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରଯୋଜକ ସନଲିମା ପଟେଲ, ମଣ୍ଟୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share