ମୋଦିଙ୍କୁ ବଡ଼ ଉପହାର ଦେଲେ ଜୟ ଶାହା: ଏଥିରେ ଲେଖାଅଛି…

ନୂଆଦିଲ୍ଲୀ,୪।୭: ବାର୍ବାଡୋସ୍‌ରୁ ଟି-୨୦ ବିଶ୍ୱକପ ଜିତିବା ପରେ ଭାରତ ଫେରିଥିବା ଟିମ ଇଣ୍ଡିଆ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛି। ଏହି ସମୟରେ ତାଙ୍କୁ ଟିମ ଇଣ୍ଡିଆର ଏକ ସ୍ବତନ୍ତ୍ର ଜର୍ସି ପ୍ରଦାନ କରାଯାଇଥିଲା। ଜର୍ସିରେ ନମୋ ଏବଂ ନମ୍ବର ୧ ଲେଖାଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରୀ ବାସଭବନରେ ଭାରତୀୟ କ୍ରିକେଟର ତଥା ବିଦାୟୀ ମୁଖ୍ୟ କୋଚ ରାହୁଲ ଦ୍ରାବିଡ, ବିସିସିଆଇ ସଭାପତି ରୋଜର ବିନି ଏବଂ ସଚିବ ଜୟ ଶାହାଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ଆୟୋଜନ କରିଥିଲେ।
ଏହାପୂର୍ବରୁ ବାର୍ବାଡୋସ୍‌ରୁ ୧୬ ଘଣ୍ଟିଆ ନନ୍‌-ଷ୍ଟପ ବିମାନ ଯୋଗେ ଭାରତୀୟ ଦଳ ଦିଲ୍ଲୀରେ ପହଞ୍ଚିଥିଲା। ଟିମ ଇଣ୍ଡିଆର ଖେଳାଳିଙ୍କୁ ଭେଟିବା ପରେ ପିଏମ ମେନ୍ଦି ମଧ୍ୟ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ।
ପିଏମ ମୋଦିଙ୍କୁ ଭେଟିବାକୁ ଯିବା ପୂର୍ବରୁ ମେନ ଇନ ବ୍ଲୁ କଷ୍ଟୋମାଇଜ ଇଣ୍ଡିଆ ଜର୍ସି ପିନ୍ଧିଥିଲେ, ଯେଉଁଥିରେ ଚାମ୍ପିଅନ୍ସ ଲେଖାଯାଇଥିଲା। ପିଏମ ମୋଦି ଆମେରିକା ଏବଂ କାରିବିଆନରେ ବିଶ୍ୱକପ ହିରୋମାନଙ୍କ ଅନୁଭୂତି ବିଷୟରେ ପଚାରି ବୁଝିଥିଲେ।

Share