ନୂଆଦିଲ୍ଲୀ, ୧୧ା୧ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମୃଦୁ ହୃଦ୍ଘାତ ପରେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଛନ୍ତି। ଫଳରେ ଚଳିତମାସରେ ହେବାକୁଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ବୈଠକରେ ତାଙ୍କ ବଦଳରେ ବିସିସିଆଇ ସମ୍ପାଦକ ଜୟ ଶାହା ଯୋଗ ଦେବେ। ସୂଚନାଯୋଗ୍ୟ, ଆଇସିସିର ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସଭାପତି ଭାଗ ନେଇଥାନ୍ତି ଏବଂ ସମ୍ପାଦକମାନେ ମୁଖ୍ୟ କାର୍ଯ୍ୟନିର୍ବାହୀ ବୈଠକ (ସିଇସି)ରେ ଭାଗ ନେଇଥାନ୍ତି। ତେବେ ସମ୍ପାଦକଙ୍କୁ ମଧ୍ୟ ଆଇସିସି ବୋର୍ଡର ଜଣେ ବିକଳ୍ପ ସଦସ୍ୟ ଭାବେ ବିବେଚନା କରାଯାଇଥାଏ।