Categories: ଜାତୀୟ

ଅତିଥି ଭାବେ ଆମନ୍ତ୍ରିତ କରି ଅପମାନିତ କରିବା କେନ୍ଦ୍ର ସରକାରଙ୍କୁ ଶୋଭା ଦେଉନାହିଁ: ମମତା

କୋଲକାତା,୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଏଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ପୂର୍ବରୁ ରାଜନୈତିକ ଉଷ୍ମତା ଜାରି ରହିଥିବା ବେଳେ ଭିକ୍ଟୋରିଆଲ ମେମୋରିଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ ରାଜ୍ୟପାଳ ଜଗଦୀପ ଧନଖଡ଼ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ପ୍ରସ୍ତୁତି କରାଯାଇଥିଲା। ହେଲେ ସେଠାରେ ଉପସ୍ଥିତ ଲୋକଙ୍କ ବ୍ୟବହାରରେ ଖପ୍ପା ହୋଇଥିଲେ ରାଜ୍ୟ ମୁଖିଆ। ତାଙ୍କୁ ସମ୍ବୋଧନ ଦେବାକୁ ଡକାଯିବା ସମୟରେ ଦର୍ଶକଙ୍କ ମଧ୍ୟରୁ କିଛି ଲୋକ ‘ଜୟ ଶ୍ରୀରାମ’ ନାରାବାଜି କରିଥିଲେ। ଏହାକୁ ନେଇ ମମତା ଅସନ୍ତୋଷ ପ୍ରକାଶ କରିବା ସହ ଭାଷଣ ଦେବାକୁ ମନା କରିଥିଲେ। ପରେ ମଞ୍ଚ ଉପରକୁ ଆସି କାହାକୁ ଅତିଥି ଭାବେ ଆମନ୍ତ୍ରଣ କରି ଅପମାନିତ କରିବା କେନ୍ଦ୍ର ସରକାରଙ୍କୁ ଶୋଭା ଦେଉନାହିଁ। ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ। ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମ। ଏହା ସାଧାରଣ ଲୋକଙ୍କ ପାଇଁ ଆୟୋଜନ କରାଯାଇଛି। ଏହି ମଞ୍ଚରେ ସେ କିଛି ବି କହିବେ ନାହିଁ। ଜୟ ହିନ୍ଦ, ଜୟ ବଙ୍ଗଳା ବୋଲି କହି ମମତା ସେଠାରୁ ଚାଲିଯାଇଥିଲେ।

Share