Categories: ଜାତୀୟ

ଗୋଟିଏ ଶାଢିରେ ୩୨,୨୦୦ ଥର ‘ଜୟ ଶ୍ରୀ ରାମ’ ଲେଖି ଚର୍ଚ୍ଚାରେ ବୁଣାକାର

ହାଇଦ୍ରାବାଦ୍‌,୨୧।୪: ଆନ୍ଧ୍ରପ୍ରଦେଶର ଧର୍ମଭରମର ଜଣେ ବୁଣାକାର ୬୦ ମିଟର ଲମ୍ବା ରେଶମ ଶାଢିରେ ୧୩ଟି ଭାରତୀୟ ଭାଷାରେ ୩୨,୨୦୦ ଥର ‘ଜୟ ଶ୍ରୀ ରାମ’ ଲେଖି ଚର୍ଚ୍ଚାକୁ ଆସିଛନ୍ତି। ଏହି ଅନନ୍ୟ ଶାଢି ବୁଣିି ପ୍ରଭୁ ରାମଙ୍କ ପ୍ରତି ଥିବା ତାଙ୍କ ଭକ୍ତି ପ୍ରଦର୍ଶନ କରିଛନ୍ତି। ଏହି ରେଶମ ଶାଢିର ଲମ୍ବ ୬୦ମିଟର, ଚଉଡା ୪୪ ଇଞ୍ଚ। ଶ୍ରୀ ସତ୍ୟ ସାଇ ଜିଲାର ଧର୍ମଭରମରେ ରହୁଥିବା ଏହି ବୁଣାକାର ଜଣଙ୍କ ହେଲେ ୪୦ ବର୍ଷ ବୟସ୍କା ଜୁଜାରୁ ନାଗାରାଜୁ। ସେ ଏହି ରେଶମ ଶାଢିକୁ ‘ରାମ କୋଟି ବସ୍ତ୍ରମ୍‌’ ନାମରେ ନାମିତ କରିଛନ୍ତି। ଶାଢିରେ କେବଳ ରାମାୟଣର ସୁନ୍ଦରକାଣ୍ଡ ନୁହେଁ, ଶାଢି ଉପରେ ପ୍ରଭୁ ରାମଙ୍କର ୧୬୮ ଭିନ୍ନ ଚିତ୍ର ମଧ୍ୟ ରହିଛି।
ଏହି କାର୍ଯ୍ୟ ସମାପ୍ତ କରିବା ସହଜ ନ ଥିଲା। ଏଥିପାଇଁ ବହୁ ପରିଶ୍ରମ କରିବାକୁ ପଡିଥିଲା। ଏହି ଶାଢି ତିଆରିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ନାଗାରାଜୁ ୧୬ କିଲୋ ରେଶମ କପଡ଼ାରେ ଶାଢିକୁ ଡିଜାଇନ୍‌ କରିଛନ୍ତି। ଏହାକୁ ପ୍ରସ୍ତୁତ କରିବାରେ ୪ ମାସ ଲାଗିଛି। ତିନି ଜଣ ଲୋକ ପ୍ରତିଦିନ ଶାଢି ତିଆରି କରିବା କାମ କରୁଥିଲେ। ନାଗାରାଜୁ ଏହି ମାଷ୍ଟରପିସ ତିଆରି କରିବା ପାଇଁ ତାଙ୍କ ବ୍ୟକ୍ତିଗତ ସଞ୍ଚୟରୁ ୧.୫ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ସେ ଏବେ ଅଯୋଧ୍ୟା ରାମାଲୟମ୍‌ଙ୍କୁ ଏହି ଶାହି ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Share