Categories: ଜାତୀୟ

ବ୍ରିଟିଶ ରାଣୀଙ୍କ ସମ୍ପର୍କୀୟଙ୍କୁ ଜେଲ

ଲଣ୍ଡନ, ୨୪।୨ : ବ୍ରିଟିଶ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଜଣେ ସମ୍ପର୍କୀୟଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ୧୦ ମାସ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ଗତବର୍ଷ ଫେବୃୟାରୀରେ ଷ୍ଟ୍ରାଥ୍‌ମୋରର ୟର୍ଲ ସାଇମନ ବୋଓ୍ବେସ୍‌-ଲିଓନ୍‌ ସ୍କଟଲାଣ୍ଡସ୍ଥିତ ତାଙ୍କ ପୈତୃକ ଦୁର୍ଗରେ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ସ୍ବୀକାର କରିଥିଲେ। ସେ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସମ୍ପର୍କୀୟ ଭାଇ ତଥା ଷ୍ଟ୍ରାଥ୍‌ମୋର ଓ କିଙ୍ଗହୋମ୍‌ର ଅଷ୍ଟାଦଶ ରାଜା ମିଚାଏଲ୍‌ ବୋଓ୍ବେସ୍‌ ଲିଓନ୍‌ଙ୍କ ପୁଅ। ମଙ୍ଗଳବାର ଡୁଣ୍ଡି ଶେରିଫ୍‌ କୋର୍ଟ ତାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି।

Share