ଭୁବନେଶ୍ୱର,୨୪ା୧୧: କାର୍ଯ୍ୟାଳୟରେ ନୁହେଁ କି ଆଉ କେଉଁଠି ନୁହେଁ ସିଧା ବିଚ୍ ରାସ୍ତାରେ ଏନ୍ଏଚ୍ ଅଧିକାରୀଙ୍କୁ ଫୋନ୍ରେ ଗାଳି କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର। ମୟୂରଭଞ୍ଜ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ରାସ୍ତାକାମ ସମୀକ୍ଷା ପାଇଁ ଯାଇଥିବାବେଳେ ମନ୍ତ୍ରୀ ରାସ୍ତାକାମର ମନ୍ଥରତା ନେଇ ଅଧିକାରୀଙ୍କ ଉପରେ ଖୁବ୍ ରାଗି ଯାଇଥିଲେ। ଏନ୍ଏଚ୍ ଅଧିକାରୀ ଉପସ୍ଥିତ ନ ଥିବାରୁ ମନ୍ତ୍ରୀ ବିରକ୍ତିଭାବ ପ୍ରକାଶ କରିଥିଲେ। ଏପରିକି ଜିଲାପାଳ, ଏସ୍ପି ଏବଂ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଫୋନ୍ରେ ଏନ୍ଏଚ୍ ଅଧିକାରୀଙ୍କୁ ଗାଳି କରିଥିଲେ ମନ୍ତ୍ରୀ। ଏଥିସହିତ ମନ୍ତ୍ରୀ ଚେତାବନୀ ଦେଇ କହିଥିଲେ ଜେଲ୍ରେ ପୂରାଇବୁ ନା ସସ୍ପେଣ୍ଡ କରିବୁ। ମନ୍ତ୍ରୀଙ୍କ ଏପରି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।