ବିକିନି କିଲରଙ୍କୁ ମୁକ୍ତ କରିବାକୁ ମନାକଲା ଜେଲ

କାଠମାଣ୍ଡୁ,୨୨ା୧୨:ବିକିନି କିଲର ଭାବେ ପରିଚିତ ସିରିଏଲ୍‌ କିଲର ଚାର୍ଲସ ଶୋଭରାଜଙ୍କୁ ମୁକ୍ତ କରିଦେବା ଲାଗି ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ ଛାଡ଼ିବା ଲାଗି ଜେଲ କର୍ତ୍ତୃପକ୍ଷ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଅସ୍ପଷ୍ଟ। କେଉଁ ମାମଲାରେ ତାଙ୍କୁ ମୁକ୍ତ କରାଯିବ, ତାହା ରାୟରେ ଉଲ୍ଲେଖ ନ ଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି। ୭୮ ବର୍ଷୀୟ ଶୋଭରାଜଙ୍କୁ ମୁକ୍ତ କରିଦେବା ଲାଗି ବିଚାରପତି ସ୍ବପ୍ନା ପ୍ରଧାନ ମାଲା ଏବଂ ତିଲ୍‌ ପ୍ରସାଦ ଶ୍ରେଷ୍ଠଙ୍କ ଖଣ୍ଡପୀଠ ବୁଧବାର ରାୟ ଦେଇଥିଲେ। ବହୁ ହତ୍ୟା, ଚୋରି ଓ ଠକେଇ ମାମଲାରେ ଜଡ଼ିତ ଶୋଭରାଜ ଜେଲରୁ ମୁକ୍ତି ପାଇଁ ଆବେଦନ କରିଥିଲେ। ତାଙ୍କ ବୟସାଧିକ୍ୟକୁ ବିଚାରକୁ ନେଇ ନେପାଳ ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ।

Share