ଚିଟ୍‌ଫଣ୍ଡ୍‌ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜରଙ୍କୁ ଜେଲ୍‌ ଦଣ୍ଡାଦେଶ

ବାଲେଶ୍ୱର,୨୭ା୭: ରିଅଲ ଭିଜନ ଇଣ୍ଟର ନ୍ୟାଶନାଲ ଲିମିଟେଡ୍‌ ଚିଟ୍‌ଫଣ୍ଡ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜର ରୋହିତ ସାହୁଙ୍କୁ ଜେଲଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ୱର ସ୍ବତନ୍ତ୍ର ଓପିଆଇଡି କୋର୍ଟ ଜଜ୍‌ ବିଶ୍ୱଜିତ ସାହୁ। ଦୋଷୀଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୬୨ ହଜାର ଟଙ୍କା ଜରିମାନା ଅନାଦୟ ଅଧିକ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ୧୩ ସାକ୍ଷୀ, ୨୬ ଦଲିଲ ଓ ଦସ୍ତାବିଜକୁ ଭିତ୍ତି କରି ମାନ୍ୟବର କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ଠକ ସଂସ୍ଥା ବାରିପଦା ଷ୍ଟେଶନ ବଜାରରେ କାର୍ଯ୍ୟାଳୟ ଖୋଲି ଜମାକାରୀଙ୍କୁ ଅଧିକ ସୁଧ ଦେବା ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଥିଲା। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମୋକଦ୍ଦମା ପରିଚାଳନା କରିଥିଲେ।