Categories: ଜାତୀୟ

ଜେଲ୍‌ରୁ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିପାରନ୍ତି ବାହୁବଳୀ ନେତା ଅତିକ ଅହମ୍ମଦ

ପ୍ରୟାଗରାଜ,୨୯।୪: ବାହୁବଳୀ ନେତା ତଥା ଫୁଲପୁରର ଏମ୍‌ପି ଥିବା ଅତିକ ଅହମ୍ମଦଙ୍କୁ ଯଦି କୋର୍ଟ ପାରୋଲରେ ନ ଛାଡନ୍ତି ତେବେ ସେ ଜେଲ୍‌ରେ ରହି ନିର୍ବାଚନ ଲଢିବା କଥା ଚିନ୍ତା କରୁଛନ୍ତି। ଖବରଦାତାଙ୍କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଅତିକଙ୍କ ପତ୍ନୀ ସାଇସ୍ତା ପରବିନ ଏହି ସୂଚନା ଦେଇଛନ୍ତି। ତେବେ ଅତିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ବାରାଣସୀରୁ ନିର୍ବାଚନ ଲଢିବେ ବୋଲି ସେ କହିଛନ୍ତି। ଅତିକ ୩ ସପ୍ତାହର ପାଲୋର ପାଇଁ କୋର୍ଟରେ ଆବେଦନ କରିଥିବା ବେଳେ ସୋମବାର ଏହାର ଶୁଣାଣି କରାଯିବ। ସୂଚନାଯୋଗ୍ୟ, ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ମଇଦାନକୁ ଓହ୍ଲାଇଛନ୍ତି।

Share