Categories: ଫୁରସତ

୨ ଲକ୍ଷ ଚକୋଲେଟ ଚୋରି କରି ୧୮ ମାସ ଜେଲ

ଲଣ୍ଡନ: ଛୋଟ ପିଲା ଚକୋଲେଟ ଖାଇବା ବହୁତ ପସନ୍ଦ କରିଥାନ୍ତି। ଅନେକ ସମୟରେ ସେମାନେ ଚକୋଲେଟ ମଧ୍ୟ ଚୋରି କରିଥାନ୍ତି, ଏଥିପାଇଁ ତାଙ୍କୁ କିଛି ଛୋଟମୋଟ ଦଣ୍ଡ ମଧ୍ୟ ମିଳିଥାଏ। ହେଲେ ଯଦି କେହି ବଡ଼ ଲୋକ ଚକୋଲେଟ ଚୋରି କରିବେ, ତେବେ କ’ଣ ହେବ। ନିକଟରେ ଜଣେ ମହିଳାଙ୍କୁ ଚକୋଲେଟ ଚୋରି କରିବା ଅପରାଧରେ ଦେଢ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ବ୍ରିଟେନ୍‌ର ୩୨ ବର୍ଷୀୟା ଜୋବି ପୁଲ୍‌ ୨ ଲକ୍ଷ କାଡବରି କ୍ରିମ୍‌ ଅଣ୍ଡା ବିଶିଷ୍ଟ ଚକୋଲେଟ ଚୋରି କରିଛନ୍ତି, ଯାହାର ମାର୍କେଟ ମୂଲ୍ୟ ୪୦ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୩୨ ଲକ୍ଷ ୭୫ ହଜାର ଟଙ୍କା ହେବ। ଏହି ଘଟଣା ଟେଲଫୋର୍ଡ ଅଞ୍ଚଳରେ ୧୧ ଫେବୃୟାରୀରେ ଘଟିଛି। କୋର୍ଟର ଫଇସଲା ଅନୁଯାୟୀ, ମହିଳା ଜଣଙ୍କ କାଡବରି କ୍ରିମ୍‌ ଅଣ୍ଡା ଭର୍ତ୍ତି ଏକ ଟ୍ରାକ୍ଟର ଚୋରି କରିନେଇଥିଲେ। ଏଥିପାଇଁ ସେହି ଦୋକାନୀଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।

Share