ଇତିହାସ ରଚିଲା ରଜନିକାନ୍ତଙ୍କ ‘ଜେଲର’

ମୁମ୍ବାଇ: ରଜନିକାନ୍ତ ଷ୍ଟାରର ମୁଭି ‘ଜେଲର’ ୧୦ ଅଗଷ୍ଟ ୨୦୨୩ରେ ରିଲିଜ ହୋଇଛି। ଏହି ମୁଭି ସହ ରଜନିକାନ୍ତ ପ୍ରାୟ ୨ ବର୍ଷ ପରେ ସିଲଭର ସ୍କ୍ରିନକୁ କମବ୍ୟାକ କରିଛନ୍ତି ଓ ଫ୍ୟାନ୍ସ ତାଙ୍କ ଥଲାଇଭାଙ୍କ ଲେଉଟାଣିକୁ ଖୁବ ଉତ୍ସାହର ସହ ସ୍ବାଗତ କରୁଛନ୍ତି। ଏହାସହ ମୁଭି ବକ୍ସ ଅଫିସରେ ସାନଦାର ପରଫର୍ମ କରୁଛି ଓ କୋଟି କୋଟି ଟଙ୍କା ବ୍ୟବସାୟ କରୁଛି। ଏହି ମୁଭି ସାରା ବିଶ୍ୱରେ ୫୦୦କୋଟିରୁ ଅଧିକ ରୋଜଗାର କରିସାରିଛି। ଏଥି ସହିତ ଏହି ଫିଲ୍ମ ଭାରତୀୟ ବକ୍ସ ଅଫିସରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି।
ନେଲସନଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଫିଲ୍ମ ‘ଜେଲର’ ରିଲିଜ ପୂର୍ବରୁ ମଧ୍ୟ କୋଟି ଟଙ୍କା ସଂଗ୍ରହ କରିଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ଆଡଭାନ୍ସ ବୁକିଂ ସହିତ ପ୍ରାୟ ୨୫କୋଟି ଟଙ୍କା ସଂଗ୍ରହ କରିଥିଲା। ଏହା ହିନ୍ଦୀ, ତାମିଲ, ମାଲାୟାଲମ, ତେଲୁଗୁ ଏବଂ କନ୍ନଡରେ ରିଲିଜ ହୋଇଥିଲା। ଫିଲ୍ମ ରିଲିଜ ହେବାର ୧୬ଦିନ ବିତିଗଲାଣି ଏବଂ ଏହା ଏବେବି ଦର୍ଶକଙ୍କଠାରୁ ଭଲ ରେସପନ୍ସ ପାଇବାରେ ଲାଗିଛ।
ସାକନିଲ୍କର ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, ‘ଜେଲର’ ରିଲିଜ ହେବାର ୧୬ ଦିନରେ ଅର୍ଥାତ୍‌ ତୃତୀୟ ଶୁକ୍ରବାରରେ ୨.୫୦କୋଟି ସଂଗ୍ରହ କରିଥିଲା।
ଏହା ସହିତ ୧୬ଦିନରେ ‘ଜେଲର’ର ମୋଟ ଆୟ ୩୦୧.୩୦ କୋଟି ହୋଇଛି।

Share