ଫ୍ୟାନ୍ସଙ୍କୁ ଧରିଲା ‘ରଜନୀ ଫିଭର’

ଚେନ୍ନାଇ: ସାଉଥ୍‌ ସୁପରଷ୍ଟାର ରାଜନୀକାନ୍ତଙ୍କ ଜେଲର୍‌ ଫିଲ୍ମ ଗୁରୁବାର ଥ୍ରେଟରରେ ରିଲିଜ୍‌ ହୋଇଛି। ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍‌ ହେବା ପରେ ଚେନ୍ନାଇରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।


ଥ୍ରେଟର ବାହାରେ ରଜନୀକାନ୍ତଙ୍କ ପ୍ରଶଂସକମାନେ ଏକାଠି ହୋଇଥିଲେ। ଏହାପରେ ରଜନୀଙ୍କ ଏକ ବଡ ପୋଷ୍ଟର ଆଣିଥିଲେ। ପୋଷ୍ଟରକୁ କ୍ଷୀରରେ ସ୍ନାନ କରିବା ସହ ଆରତୀ କରିଥିଲେ। ବାଣ ଫୁଟାଇବା ସହ ଥ୍ରେଟର୍‌ ବାହାରେ ଖୁବ୍‌ ନାଚିଥଲେ। ତେବେ ଥ୍ରେଟର୍‌ ବାହାରେ ଏକ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା।

Share