Posted inଜାତୀୟ

ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଦେହାନ୍ତ, ମୋଦି ଛୁଇଁଥିଲେ ତାଙ୍କ ପାଦ…

ଚନ୍ଦ୍ରଗିରି,୧୮।୨ : ପ୍ରଖ୍ୟାତ ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ରବିବାର ସକାଳେ ଛତିଶଗଡର ଚନ୍ଦ୍ରଗିରି ତୀର୍ଥରେ ଦେହାନ୍ତ ହୋଇଛି। ସେ ୭୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦି ଏକ୍ସରେ ଏକ ପୋଷ୍ଟରେ ଶୋକ ପ୍ରକାଶ କରିଛନ୍ତି। ସମାଜରେ ତାଙ୍କର ଅବଦାନ ପାଇଁ ଆସିଥିବା ସକାରାତ୍ମକ ପରିବର୍ତ୍ତନ ଲାଗି ସେ ସବୁବେଳେ ମନେ ରହିବେ।

ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡର ରାଜାନନ୍ଦଗାଓଁରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥସ୍ଥାନ ଡୋଙ୍ଗରଗଡ ପରିଦର୍ଶନ କରିଥିଲେ। ସେଠାରେ ସେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ମୋଦି ତାଙ୍କ ପାଦ ଛୁଇଁଥିଲେ ଏବଂ ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ସେହି ସମୟର କିଛି ଫଟୋ ମଧ୍ୟ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ମୋଦି ତାଙ୍କ ପୋଷ୍ଟରେ ଲେଖିଛନ୍ତି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଆଧ୍ୟାତ୍ମିକତା, ଦାରିଦ୍ର୍ୟ, ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଲୋକଙ୍କୁ ସଚେତନ କରାଇବା ପାଇଁ କାର୍ଯ୍ୟ କରିଛନ୍ତି।

ବିଦ୍ୟାସାଗର ମହାରାଜ ୧୦ ଅକ୍ଟୋବର ୧୯୪୬ ରେ କର୍ନାଟକର ବେଲଗାମ ଜିଲାର କନ୍ନଡ ଭାଷାଭାଷୀ ଜୈନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଯେଉଁ ଘରେ ଜନ୍ମ ହୋଇଥିଲେ ତାହା ବର୍ତ୍ତମାନ ଏକ ମନ୍ଦିର ଏବଂ ସଂଗ୍ରହାଳୟରେ ପରିଣତ ହୋଇଛି। ତାଙ୍କର ପିଲାଦିନର ନାମ ବିଦ୍ୟାସାଗର ଥିଲା। ୧୯୬୮ ମସିହାରେ, ୨୨ ବର୍ଷ ବୟସରେ, ସେ ଦିଗମ୍ବର ସାଧୁ ଭାବରେ ଜୀବନ ଆରମ୍ଭ କରିଥିଲେ। ତାଙ୍କର ସାନ ଭାଇ ଯୋଗସାଗର ମହାରାଜ ଏବଂ ସମସାଗର ମହାରାଜ ବ୍ରହ୍ମଚର୍ଯ୍ୟ ବ୍ରତ ନେଇଥିଲେ ଏବଂ ପରେ ଭିକ୍ଷୁ ହୋଇଥିଲେ।

ସେ ୧୯୭୨ ମସିହାରେ ଆଚାର୍ଯ୍ୟ ଆଖ୍ୟା ପାଇଥିଲେ। ଆଚାର୍ଯ୍ୟ ଲୁଣ, ଚିନି, କ୍ଷୀର, ଘିଅ, ତେଲ ଏବଂ ଖାଦ୍ୟ ସାମଗ୍ରୀ ଖାଉ ନ ଥିଲେ। ଜୈନ ଧର୍ମରେ ପାରମ୍ପାରିକ ଭାବରେ ଆଳୁ ଏବଂ ପିଆଜ ଆଦି ଖାଇବା ନିଷେଧ। ସେ ଦିନରେ ଥରେ ଭୋଜନ କରୁଥିଲେ। ତକିଆ ବିନା ଭୂମିରେ କିମ୍ବା କାଠ ପଟା ଉପରେ ଶୋଉଥିଲେ। ସୂଚନାଯୋଗ୍ୟ ୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଇନ୍ଦୋର ଗସ୍ତ ସମୟରେ ଗୋମାତଗିରିରେ ତାଙ୍କୁ ଭେଟିଥିଲେ।

୨୮ ଜୁଲାଇ ୨୦୧୬ ରେ ମଧ୍ୟପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସ୍ବତନ୍ତ୍ର ନିମନ୍ତ୍ରଣ ପାଇବା ପରେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ରାଜ୍ୟସଭାରେ ପ୍ରବଚନ ଦେଇଥିଲେ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥ ମଧ୍ୟ ତାଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ରାଜକୀୟ ଅତିଥି ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏ ସମ୍ପର୍କରେ ଉତ୍ତରପ୍ରଦେଶ ସରକାର ମଧ୍ୟ ଏକ ପ୍ରୋଟୋକଲ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀରେ ଲଡୁ ପ୍ରସାଦ ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କଲେ ଅବସରପ୍ରାପ୍ତ ବିଡିଓଙ୍କ ପୁଅ: ଗର୍ଭପାତ ନ କରିବାରୁ…

ଫତେହପୁର,୨୧।୯: ଉତ୍ତର ପ୍ରଦେଶର ଫତେହପୁର ଜିଲାର ଜଣେ ଗର୍ଭବତୀ ହାଇସ୍କୁଲର ଛାତ୍ରୀଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଛାତ୍ରୀଙ୍କ ପ୍ରେମିକ ଶିବୁ ରାୟଦାସଙ୍କୁ ଗିରଫ...

ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ

ନୂଆଦିଲ୍ଲୀ,୨୧।୯: ତିରୁପତି ମନ୍ଦିର ଲଡୁ ପ୍ରସଙ୍ଗ ବର୍ତ୍ତମାନ ଏକ ରାଜନୈତିକ ମୋଡ ନେଇଛି। ମନ୍ଦିରର ଲଡୁ ଅର୍ଥାତ୍‌ ପ୍ରସାଦ ତିଆରି କରିବା ପାଇଁ ଘିଅ ବଦଳରେ...

କିଏ ସେହି ବ୍ୟକ୍ତି, ଯିଏ କିରାଣିରୁ ହୋଇଥିଲେ ସୁପ୍ରିମକୋର୍ଟ ବିଚାରପତି, ଜାଣନ୍ତୁ ତାଙ୍କର ପୂରା କ୍ୟାରିୟର ବିଷୟରେ…

ନୂଆଦିଲ୍ଲୀ,୨୧ା୯: ଜଣେ ବ୍ୟକ୍ତି ଯେତେ ଗରିବ ହୁଅନ୍ତୁ ନା କାହିଁକି, ଯଦି ତାଙ୍କର ଇଚ୍ଛା ଥାଏ, ତେବେ ସେ ନିଜ ରାସ୍ତା ନିଜେ ଖୋଜି ପାଇଥାନ୍ତି।...

ଶିକ୍ଷାମନ୍ତ୍ରୀଙ୍କୁ ‘ପଲଟୁରାମ’ କହି ଫସିଲେ କର୍ମଚାରୀ: ସରକାର ନେଲେ ଏଭଳି କାର୍ଯ୍ୟାନୁଷ୍ଠାନ

ଜୟପୁର,୨୧।୯: ରାଜସ୍ଥାନର ଯୋଧପୁରରେ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାରଙ୍କ ପୋଷ୍ଟରକୁ ନେଇ ବିବାଦ ପରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଶିକ୍ଷା ବିଭାଗର କର୍ମଚାରୀ ନେତା...

ନଭେମ୍ବର-ଡିସେମ୍ବରରେ ୩୫ ଲକ୍ଷ ଯୋଡ଼ି କରିବେ ବିବାହ: ଖର୍ଚ୍ଚ ହେବ ୪.୨୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୧।୯:ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଭାରତରେ ପ୍ରାୟ ୩୫ ଲକ୍ଷ ଯୋଡ଼ି ବିବାହ କରିବେ। ଏଥିପାଇଁ ୪.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି...

କଂଗ୍ରେସର ମାଷ୍ଟରଷ୍ଟ୍ରୋକ: ଭାଜପା ସହଯୋଗୀକୁ ଲାଗିଲା ବଡ଼ ଝଟ୍‌କା

ବେଙ୍ଗାଲୁରୁ,୨୧।୯: କର୍ନାଟକରେ ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ)କୁ ଏକ ବଡ଼ ଝଟ୍‌କା ଲାଗିଛି। ଚାନ୍ନାପାଟନା ସିଟି ମ୍ୟୁନିସିପାଲିଟି କାଉନସିଲରେ ୧୬ଜଣ ଜେଡିଏସ କାଉନସିଲରଙ୍କ ମଧ୍ୟରୁ ୧୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri