Categories: ଜାତୀୟ

ତେଜୁଛି ଆନ୍ଦୋଳନ: ଇଣ୍ଡିଆ ଗେଟ୍‌ ଆଗରେ ବିଶାଳ ବିକ୍ଷୋଭ

ନୂଆଦିଲ୍ଲୀ,୧।୧: ଝାଡ଼ଖଣ୍ଡର ହେମନ୍ତ ସୋରେନ୍‌ ସରକାର ସାମ୍ମେଦ ଶିଖରଜୀକୁ ପର୍ଯ୍ୟଟନ ସ୍ଥଳ ଘୋଷଣା ପରେ ଏହା ବିରୋଧରେ ଜୈନ ସମ୍ପ୍ରଦାୟର ସଦସ୍ୟମାନେ ବିଭିନ୍ନ ସହରରେ ବିକ୍ଷୋଭ କରିଆସୁଛନ୍ତି। ରବିବାର ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ଆଗରେ ଜୈନ ସମ୍ପ୍ରଦାୟର ହଜାର ହଜାର ସଦସ୍ୟ ଏକାଠି ହୋଇ ସାମ୍ମେଦ ଶିଖରଜୀ ନିଷ୍ପତ୍ତିର ପ୍ରତିବାଦ ଜଣାଇଥିଲେ।
ଝାଡ଼ଖଣ୍ଡର ପରସନାଥ ପାହାଡ଼ରେ ଅବସ୍ଥିତ ସାମ୍ମେଦ ଶିଖରଜୀ ଜୈନମାନଙ୍କ ପବିତ୍ର ତୀର୍ଥସ୍ଥାନ। ଏହାକୁ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରାଯାଇଥିବାରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ ନିଷ୍ପତ୍ତି ବିରୋଧରେ ଜୈନ ସମ୍ପ୍ରଦାୟ ପକ୍ଷରୁ ସାରା ଦେଶରେ ରବିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Share