Categories: ଜାତୀୟ

ବସୁନ୍ଧରା ରାଜେଙ୍କୁ ଝଟକା, ଭାଜପାର ନିର୍ବାଚନ ପ୍ରଚାର, ଘୋଷଣାପତ୍ର କମିଟିରେ ମିଳିଲାନି ସ୍ଥାନ

ଜୟପୁର,୧୭।୮: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଦଳ ଏକ ବଡ଼ ଝଟକା ଦେଇଛି। ବସୁନ୍ଧରା ରାଜେଙ୍କ ନାମ ଭାଜପା ନିର୍ବାଚନ କମିଟି ଏବଂ ମନିଫେଷ୍ଟୋ କମିଟିରେ ସାମିଲ ହୋଇନାହିଁ। ଏହାକୁ ଦେଖିବା ପରେ ଭାଜପାରେ ସବୁକିଛି ଠିକ୍‌ ଚାଲିନାହିଁ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଏକ ବଡ ଦାୟିତ୍ୱ ଦିଆଯାଇଛି। ମେଘୱାଲଙ୍କୁ ମନିଫେଷ୍ଟୋ କମିଟିର ସଂଯୋଜକ କରାଯାଇଛି। ବସୁନ୍ଧରାଙ୍କୁ ଦୂରେଇ ରଖିବା ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କର ଏକ ବଡ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

Share