କଂଗ୍ରେସରେ ଯୋଗଦେବେ ଜୟରାମ ପାଙ୍ଗି

କୋରାପୁଟ,୧୦।୧୧(ଅମିତାଭ ବେହେରା): ବରିଷ୍ଠ ବିଆର୍‌ଏସ୍‌ ନେତା ଜୟରାମ ପାଙ୍ଗି ନଭେମ୍ବର ୧୬ରେ କଂଗ୍ରେସରେ ଯୋଗଦେବା ନେଇ ସୋସିଆଲ ମିଡ଼ିଆରେ ଶୁକ୍ରବାର ପ୍ରକାଶ କରିଛନ୍ତି। ଜନତା ଦଳରୁ ବିଜେଡି ପରେ ଜୟରାମ ଭାଜପାରେ ସାମିଲ ହୋଇଥିଲେ । କିଛି ଦିନ ତଳେ ଭାଜପା ଛାଡି ସେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ବିଆର୍‌ଏସ୍‌ ଦଳରେ ଯୋଗ ଦେଇଥିଲେ। ହେଲେ ବର୍ତ୍ତମାନ ଜୟରାମ ବିଆର୍‌ଏସ୍‌ ଛାଡି କଂଗ୍ରେସରେ ଯୋଗଦେବା ନେଇ ସ୍ଥିର କରିଛନ୍ତି। ଏହାକୁ ନେଇ କୋରାପୁଟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

ଜୟରାମ ୪ ଥର ବିଧାୟକ ହୋଇଥିବା ବେଳେ ଥରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୭୭ରେ ଜନତା ପାର୍ଟି ଟିକେଟ୍‌ରେ ସେ ପଟାଙ୍ଗି ଆସନରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୦ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ୨୦୦୦ ଏବଂ ୨୦୦୪ରେ ଜୟରାମ ବିଜେଡି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ବିଜେଡିରୁ କୋରାପୁଟ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୭ରେ ସେ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ଭାଜପାରୁ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ସେ ପରାସ୍ତ ହୋଇଥିଲେ।

Share