Categories: ଜାତୀୟ

‘ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ’ର ସ୍ଥାନରେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଦେଇଛି ନିମନ୍ତ୍ରଣ, ଜି -୨୦ ରାତ୍ରୀ ଭୋଜନକୁ ନେଇ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ,୫।୯: ଜି -୨୦ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭୋଜି ସମ୍ପର୍କରେ କଂଗ୍ରେସ ଏକ ବଡ ଅଭିଯୋଗ ଆଣିଛି। କଂଗ୍ରେସ ରାଷ୍ଟ୍ରପତି ଭବନରେ ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍‌ ଭାରତ ଲେଖାଯିବା କଥା କହିଛି।

ଏ ସମ୍ପର୍କରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଏହି ଖବର ବାସ୍ତବରେ ସତ୍ୟ ଅଟେ। ସେପ୍ଟେମ୍ବର ୯ରେ ଜି-୨୦ ରାତ୍ରୀ ଭୋଜନ ପାଇଁ ରାଷ୍ଟ୍ରପତି ଭବନ ‘ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ’ ସ୍ଥାନରେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ର ନାମରେ ନିମନ୍ତ୍ରଣ ପଠାଇଛି।

Share