Categories: ଜାତୀୟ

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅଗ୍ରହଣୀୟ: କଂଗ୍ରେସ

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ନଳୀନି ଶ୍ରୀହରନ୍‌ଙ୍କ ସମେତ ୬ଜଣ ଦୋଷୀଙ୍କୁ ପୂର୍ଣ୍ଣ ସମୟସୀମା ଆଗରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି।

ରାୟକୁ ନେଇ ପ୍ରତିକ୍ରିୟା ରଖି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ଅଗ୍ରହଣୀୟ ଏବଂ ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ। ଏହି ନିଷ୍ପତ୍ତିକୁ ଦଳ ସମାଲୋଚନା କରୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ସର୍ବୋଚ୍ଚ ନ୍ୟାୟାଳୟ ଦେଶର ଭାବନା ଅନୂରୂପ ଏହି ରାୟ ଦେଇନାହାନ୍ତି।

କହିରଖୁଛୁ, ୧୯୯୧ ମେ’ରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ପେରିଆଭାଲାନଙ୍କ ସମେତ ୬ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପେରିଆଭାଲାନଙ୍କୁ ପ୍ରଥମେ ଟାଡା କୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ। କିନ୍ତୁ ଦୟା ଆବେଦନ କରାଯିବା ପରେ ସେ ଫାଶି ଦଣ୍ଡାଦେଶରୁ ରକ୍ଷା ପାଇଥିଲେ। ପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Share