Categories: ଜାତୀୟ

ମୋଦିଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ, କହିଲେ ଜଣେ ଅହଂକାରୀ ବ୍ୟକ୍ତିଙ୍କ ଯୋଗୁ…

ନୂଆଦିଲ୍ଲୀ,୨୫।୫: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ନୂଆ ସଂସଦ ଭବନ ଉଦଘାଟନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଉପରେ ଖୁବ ବର୍ଷିଛନ୍ତି। ଜୟରାମ ରମେଶ କହିଛନ୍ତି, ଏହା ଜଣେ ବ୍ୟକ୍ତିଙ୍କ ଅହଂକାର ଓ ଆତ୍ମ ପ୍ରଚାରର ଇଚ୍ଛା ଯାହା ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ସମ୍ବିଧାନିକ ବିଶେଷ ଅଧିକାରରୁ ବଞ୍ଚିତ କରୁଛୁ। ସେ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ‘ମୋଦି ଦ ଇନଗ୍ରେଟ (ଉଧଘାଟନ)।

ଗୁରୁବାର କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରି କହିଛନ୍ତି, ‘ଗତକାଲି ଅର୍ଥାତ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଞ୍ଚିର ଝାଡ଼ଖଣ୍ଡ ହାଇକୋର୍ଟ କମ୍ପ୍ଲେକ୍ସରେ ଦେଶର ସର୍ବ ବୃହତ ନ୍ୟାୟିକ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି। ଏହା ଜଣେ ବ୍ୟକ୍ତିଙ୍କ ଅହଂକାର ଓ ଆତ୍ମ-ପ୍ରଚାରର ଇଚ୍ଛା ଯାହା ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ମେ ୨୮ରେ ନୂଆଦିଲ୍ଲୀରେ ନୂଆ ସଂସଦ ଭବନ ଉଦଘାଟନ କରିବାର ସାମ୍ବିଧାନିକ ବିଶେଷ ଅଧିକାରରୁ ବଞ୍ଚିତ କରିଛି।
ଦେଶରେ ମହାନ ଆଖ୍ୟା ପାଇଥିବା ଦୁଇ ଶାସକଙ୍କ ସହ ତୁଳନା କରି ରମେଶ ଲେଖିଥିଲେ, ଅଶୋକ ଦି ଗ୍ରେଟ, ଆକବର ଦି ଗ୍ରେଟ ଏବଂ ମୋଦି ଇନଗ୍ରେଟ ।

Share