Categories: ଜାତୀୟ

ଚିତାସହ ଫଟୋ ଶେୟାର କଲେ କଂଗ୍ରେସ ନେତା, କହିଲେ ଧ୍ୟାନ ହଟାଇବାକୁ ତମାସା କରୁଛନ୍ତି ମୋଦି

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ଅର୍ଥାତ୍ ୧୭ ସେପ୍ଟେମ୍ବରରେ ଦେଶକୁ ଏକ ବଡ ଉପହାର ଦେଇଛନ୍ତି । ମୋଦି ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ନାମିବିୟାରୁ ଆସିଥିବା ଚିତାଙ୍କୁ ଶନିବାର ଛାଡି ଦେଇଛନ୍ତି । ମୋଦି ଏହାକୁ ନେଇ କହିଛନ୍ତି, ଯେତେବେଳେ ସମୟ ଚକ୍ର ଆମ ଅତିତକୁ ସୁଧାରି ନୂଆ ଭବିଷ୍ୟତ ନିର୍ମାଣର ସୁଯୋଗ ଦେଇଥାଏ, ଆଜି ଆମ ସାମ୍ନାରେ ଏମିତି ଏକ ମୁହୂର୍ତ୍ତ ଉପସ୍ଥିତ ହୋଇଛି । ଦଶକ ପୂର୍ବରୁ ଜୈବ ବିବିଧତାର ଯେଉଁ ଡୋର ଛିଡି ଯାଇଥିଲା ଆଜି ତାକୁ ଯୋଡିବାକୁ ଆମକୁ ସୁଯୋଗ ମିଳିଛି । ଆଜି ଭାରତ ମାଆ କୋଳକୁ ଚିତା ଫେରି ଆସିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ପରେ କଂଗ୍ରେସ ପୁଣିଥରେ ମୋଦିଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ମହାସଚିବ ଜୟରାମ ରମେଶ ଟୁଇଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଶାସନରେ ନିରନ୍ତରତାକୁ କ୍ୱଚିତ ଗ୍ରହଣ କରନ୍ତି । ଚିତା ପ୍ରକଳ୍ପ ପାଇଁ ୨୫.୦୪.୨୦୧୦ରେ ମୋର କେପଟାଉନ ଗସ୍ତ ବିଷୟରେ ଉଲ୍ଲେଖ ନ କରିବା ଏହାର ସଦ୍ୟତମ ଉଦାହରଣ । ଜାତୀୟ ସମସ୍ୟାକୁ ଦବାଇ ଦେବାକୁ ପ୍ରଧାନମନ୍ତ୍ରୀ ତମାସା କରୁଛନ୍ତି । ଏହାସହ ଭାରତ ଯୋଡୋ ଯାତ୍ରାରୁ ଧ୍ୟାନ ହଟାଇବାକୁ ପ୍ରୟାସ କରୁଛନ୍ତି ବୋଲି ରମେଶ ଅଭିଯୋଗ ଆଣିଛନ୍ତି ।

 

Share