ଶ୍ରୀନଗର,୧୫।୩: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶୋପିଆନ୍ରେ ଏନ୍ କାଉଣ୍ଟରରେ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ୍ର କମାଣ୍ଡର ସଜାଦ୍ ଆଫଗାନୀଙ୍କ ମୁଣ୍ଡ ଗଡ଼ିଛି। ତାଙ୍କର ପ୍ରକୃତ ନା ବିଲାୟତି ବୋଲି କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ଜାହାଙ୍ଗୀର୍ ନାମକ ଅନ୍ୟ ଜଣେ ଆତଙ୍କବାଦୀଙ୍କର ମଧ୍ୟ ଏନ୍କାଉଣ୍ଟରରେ ମୃତ୍ୟୁ ଘଟିଛି। ଶନିବାରଠାରୁ ଶୋପିଆନ୍ରେ ଏନ୍କାଉଣ୍ଟର ଜାରି ରହିଥିଲା। ଏହାପରେ ରାତିରେ ସର୍ଚ୍ଚ ଅପରେଶନ୍ ବନ୍ଦ କରିଦିଆଯାଇଥିଲା। ରବିବାର ଆତଙ୍କବାଦୀମାନେ ବାହାରକୁ ବାହାରିବା ପରେ ମିଳିତ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଘେରି ଯାଇଥିଲେ। ପରେ ମୃତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଥିଲା। ୨୦୦୮ଠାରୁ ସଜାଦ୍ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟ କଳାପରେ ଜଡ଼ିତ ଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।