ଫ୍ରାନ୍ସ୍‌ ରାଷ୍ଟ୍ରପତିଙ୍କୁ ଧମକ ଦେଲା ଜୈଶ୍‌-ଇ-ମହମ୍ମଦ

ପ୍ୟାରିସ୍‌,୧୯।୧୧: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାର୍କନ୍‌ଙ୍କୁ ଧମକ ଦିଆଯାଇଛି। ମାର୍କନ୍‌ ପରବର୍ତ୍ତୀ ଟାର୍ଗେଟ୍‌ ବୋଲି ଜୈଶ୍‌ ପକ୍ଷରୁ କୁହାଯାଇଛି। ଏହା ସହିତ ମାର୍କନ୍‌ଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ପ୍ରୟୋଗ କରାଯାଇଛି। ଅଲ୍‌ କଲାମ୍‌ ନାମକ ଏକ ଓ୍ବେବସାଇଟ୍‌ରେ ମାର୍କନ୍‌ଙ୍କ ପ୍ରତି ଏଭଳି ଲେଖା ପ୍ରକାଶ ପାଇଛି। ଜୈଶ୍‌ ଆତଙ୍କବାଦୀ ସଂଗଠନର ଏଭଳି ଧମକପୂର୍ଣ୍ଣ ମନ୍ତବ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଜୈଶ୍‌ ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ଦେଇଥିବା ପାକିସ୍ତାନ ସରକାରଙ୍କ ଚିନ୍ତା ଏହାକୁ ନେଇ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସରକାର ଏନେଇ ହରଡ଼ ଘଣାରେ ପଡ଼ିଥିବା କୁହାଯାଉଛି।

Share