Categories: ଜାତୀୟ

ରାଓ୍ବଲପିଣ୍ଡିରେ ଜୈଶ୍‌ ବୈଠକ: ଆଲର୍ଟରେ ଭାରତୀୟ ଗୋଇନ୍ଦା ବିଭାଗ

ନୂଆଦିଲ୍ଲୀ, ୨୫।୮: ପାକିସ୍ତାନର ରାଓ୍ବଲପିଣ୍ଡିରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ ମହମ୍ମଦ ପକ୍ଷରୁ ବୈଠକ ହୋଇଥିବା ସୂଚନା ମିଳିଛି। ଏହି ବୈଠକକୁ ନେଇ ଭାରତୀୟ ଗୋଇନ୍ଦା ବିଭାଗ ହାଇ ଆଲର୍ଟରେ ରହିଛି। ଜୈଶ୍‌ର ମୌଲାନା ଅବ୍ଦୁଲ ରଉଫ୍‌ ଅଶଗରଙ୍କ ସହିତ ପାକିସ୍ତାନ ଗୋଇନ୍ଦା ବିଭାଗ ଆଇଏସ୍‌ଆଇର ୨ ଜଣ ବରିଷ୍ଠ ଅଧିକାରୀ ବୈଠକରେ ଯୋଗଦେଇଥିବା କୁହାଯାଉଛି। ଅଶଗରଙ୍କ ଭାଇ ମୌଲାନା ଉମାର ମଧ୍ୟ ବୈଠକରେ ଉପସ୍ଥିତ ଥିବା ଜଣାପଡ଼ିଛି। ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ବୈଠକରେ ଆଲୋଚନା ହୋଇଥିବା ଗୋଇନ୍ଦା ବିଭାଗ ପକ୍ଷରୁ କୁହାଯାଉଛି। ଅଗଷ୍ଟ ୨୦ରେ ଏହି ବୈଠକ ହୋଇଥିଲା। ବୈଠକ ସମ୍ପର୍କରେ ସୂଚନା ମିଳିବା ପରେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି।

Share