Categories: ଜାତୀୟ

ଜୈଶ୍‌ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ୍‌, ୮ ଗିରଫ…

ଶ୍ରୀନଗର, ୨୪।୫ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ୍‌ ଘଟିଛି। ପୁଲଓ୍ବାମା ଜିଲାର ଅଓ୍ବନ୍ତିପୁରାରେ ଏହି ଘଟଣାରେ ୮ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ଗୋଳା ବାରୁଦ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସିଆର୍‌ପିଏଫ୍‌ ଏବଂ ସେନା ଯବାନଙ୍କ ମିଳିତ ଅପରେଶନ୍‌ରେ ଏହି ସଫଳତା ମିଳିଛି।

ଗିରଫ ଆତଙ୍କବାଦୀଙ୍କୁ ପଚରା ଉଚରା କରାଯାଉଛି। ସେମାନଙ୍କୁ ମୁସ୍ତାଫ ଅହମ୍ମଦ, ଇାଫାକ୍‌ ଅହମ୍ମଦ, ମଞ୍ଜୁର ଅହମ୍ମଦ, ଫୈୟାଜ ଅହମ୍ମଦ, ଶବିର ଅହମ୍ମଦ, ମହମ୍ମଦ ଲତିଫ, ଶିରାଜ ଅହମ୍ମଦ ଏବଂ ଓ୍ବସିମ୍‌ ଅହମ୍ମଦ ଭାବେ ଚିହ୍ନଟ କରାଯାଇଛି।

Share