ଭାରତ-ଚାଇନା ମଧ୍ୟରେ ମଧ୍ୟସ୍ଥତା କରିବାକୁ ମନା କଲା ରୁଷ

ମସ୍କୋ,୯।୯:ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷର ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି। ବୈଦେଶିକ ମନ୍ତ୍ରୀ ଏଠାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ। ଏହି ବୈଠକ ବ୍ୟତୀତ ଜୟଶଙ୍କର ମଧ୍ୟ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ଏକ ବୈଠକ କରିବେ। ସନ୍ଧ୍ୟା ୬.୩୦ରୁ ୭.୩୦ ମଧ୍ୟରେ ଉଭୟଙ୍କ ମଧ୍ୟରେ ଏକ ବୈଠକ ହେବ। ଭାରତ ଏବଂ ରୁଷର ବୈଦେଶିକ ମନ୍ତ୍ରୀମାନେ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ। ସେଥିମଧ୍ୟରୁ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ବିଷୟଗୁଡ଼ିକ ଉପରେ ଆଲୋଚନା ହେବ। ତେବେ ରୁଷ ଭାରତ-ଚାଇନା ସୀମା ବିବାଦ ଉପରେ ଦୂରତା ବଜାୟ ରଖିଛି। ରୁଷ ଏହାକୁ ଦୁଇ ଦେଶ ମଧ୍ୟରେ ଏକ ପ୍ରସଙ୍ଗ ଭାବେ ଗ୍ରହଣ କରି ଏଥିରେ ହସ୍ତକ୍ଷେପ ନ କରିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀସ୍ଥିତ ରୁଷ ଦୂତାବାସର ଉପମୁଖ୍ୟ ରୋମନ ବାବୁସ୍କିନ କହିଛନ୍ତି, ଯେପର୍ଯ୍ୟନ୍ତ ଉଭୟ ପକ୍ଷ ଆମକୁ ଅନୁରୋଧ ନ କରନ୍ତି, ସେପର୍ଯ୍ୟନ୍ତ ଆମେ ଏଥିରେ ହସ୍ତକ୍ଷେପ କରିବାକୁ ଚାହୁନାହୁଁ। ଭାରତ ଏବଂ ଚାଇନା ଦ୍ୱୀପାକ୍ଷିକ କଥାବାର୍ତ୍ତା ଜରିଆରେ ନିଷ୍ପତ୍ତି ନେବେ ଯେ ସେମାନେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ସେ କହିଛନ୍ତି।

Share