Categories: ଜାତୀୟ

ଜୟଶଙ୍କର-ୟାଙ୍ଗ ଆଲୋଚନା

ମସ୍କୋ, ୧୦।୯: ରୁଷିୟା ରାଜଧାନୀ ମସ୍କୋଠାରେ ସାଙ୍ଘାଇ ସହଯୋଗ ସଙ୍ଗଠନ( ଏସସିଓ) ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପୁଷ୍ଠଭୂମିରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ ଚାଇନା ପ୍ରତିପକ୍ଷ ୟାଙ୍ଗ ୟି ଗୁରୁବାର ଆଲୋଚନା କରିଛନ୍ତି। ସାରେ ଏକ ଭର୍ଚିୁଆଲ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସୂଚନା ଦେଇ ବର୍ହିବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଉଭୟ ନେତା ପୂର୍ବ ଲଦାଖରେ ଦେଖାଦେଇଥିବା ଉତ୍ତେଜନା ସ୍ଥିତି ନେଇ କଥାବାର୍ତ୍ତା କରିଛନ୍ତି। ସେ ସୂଚନା ଦେଇଛନ୍ତି, ଭାରତ ୨ ଦେଶରେ ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ସମାଧାନ କରିବା ଲାଗି ବେଶ ଆଗ୍ରହୀ। କୁଟନୈତିକ ଓ ସାମାରିକ ସ୍ତରୀୟ ଆଲୋଚନା ଜରିଆରେ ସମସ୍ତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ସମାଧାନ କଥା ଜାରି ରହିଥିବା ସେ କହିଛନ୍ତି।

Share