ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କଲେ ଜୟଶଙ୍କର, କହିଲେ ସରକାରଙ୍କ…

ନୂଆଦିଲ୍ଲୀ/ଭୁବନେଶ୍ୱର,୩୧।୧: ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଚିଠି ଲେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶଂସା କରିଛନ୍ତି। ରାଜ୍ୟ ସରକାରଙ୍କ ଆତିଥେୟତାକୁ ନେଇ ଯୋଗ ଦେଇଥିବା ପ୍ରବାସୀ ପଜିଟିଭ ଫିଡବ୍ୟାକ ଦେଇଛନ୍ତି। ଭବିଷ୍ୟତରେ ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଗୁରୁତ୍ୱ ଦିଆଯିବ ବୋଲି ଜୟଶଙ୍କର ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ, ଜାନୁଆରୀ ୭ରୁ ୧୦ ତାରିଖ ୩ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍‌ଘାଟନ କରିଥିଲେ। ଏଥିରେ ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରାୟ ୫୦ଟି ଦେଶରୁ ପ୍ରବାସୀ ଭାରତୀୟ ବଂଶୋଦ୍ଭବ ଯୋଗଦେଇଥିଲେ।

ବିଶ୍ବ ଦରବାରରେ ଓଡ଼ିଶାକୁ ପ୍ରତିଷ୍ଠିତ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଓଡ଼ିଶାର ଐତିହାସିକ ଗୌରବ, କଳା, ଭାସ୍କର୍ଯ୍ୟ, ସଙ୍ଗୀତ, ନୃତ୍ୟ, ଆଦିବାସୀ ସଂସ୍କୃତି, ଭାଷା, ସାହିତ୍ୟ, ପର୍ଯ୍ୟଟନକୁ ଡିଜିଟାଲ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା। ଏପରିକି ଭୁବନେଶ୍ବରର ସମସ୍ତ ରାସ୍ତା ନବୀକରଣ, ଆଲୋକୀକରଣ, ଆକର୍ଷଣୀୟ ସାଜସଜ୍ଜା ସହିତ ଅତିଥିମାନଙ୍କ ପାଇଁ ରଖିବା ଏବଂ ଆତିଥେୟତାକୁ ସରକାର ଗୁରୁତ୍ୱ ଦେଇଥିଲେ। ଏପରିକି ସୁରକ୍ଷାକୁ ନେଇ ମଧ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାସକର ଶିଶୁକୁ ନିଆଁ ଚେଙ୍କ

ଉମରକୋଟ,୨।୩ (ସନ୍ତୋଷ ଶତପଥୀ) ଆଜିର ଆଧୁନିକ ଯୁଗରେ ଏବେ ବି ଅନେକ କୁପ୍ରଥା ଏବଂ ଅନ୍ଧବିଶ୍ୱାସ ରହିଛି। ପିଲାଟି କାନ୍ଦୁଥିବା ଏବଂ ମୋଡିମାଡି ହେଉଥିବାରୁ ପରିବାର...

ଆଇଇଡି ବୋମା ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି, ୨ା୩(ନୃସିଂହ ଚରଣ ମହାନ୍ତି)- ଛତିଶଗଡ ସୁକ୍‌ମା ଜିଲାରେ ତଲାସି ବେଳେ ଏକ ଆଇଇଡି ବୋମାକୁ ରବିବାର ଠାବକରି ଯବାନମାନେ ନିଷ୍କ୍ରିୟ କରିଛନ୍ତି। ସୁକୁମା ଜିଲା...

ଗୋଟିଏ ଦିନରେ ଦୁଇ ଦୁଇ ଥର ଅଘଟଣ: ପାରଳାଖେମୁଣ୍ଡି ଷ୍ଟେଶନ ପଡି ପୁଣି ଆଉଜଣେ ଯୁବକ ମୃତ

ପାରଳାଖେମୁଣ୍ଡି,୨ା୩(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ଟ୍ରେନଲାଇନରେ ପଡି ପୁଣି ଆଉଜଣେ ଯୁବକଙ୍କ ମୃତ୍ୟୁ ବରଣ କରିଛନ୍ତି। ମୃତ ଯୁବକ ଜଣକ ଜେ. ବାଳକୃଷ୍ଣ । ସେ ଆନ୍ଧ୍ରପ୍ରଦେଶର...

କ୍ରୀଡ଼ା ଛାତ୍ରାବାସରେ ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨ା୩: କଳିଙ୍ଗ ଷ୍ଟାଡିୟମରେ ଥିବା କ୍ରୀଡା ଛାତ୍ରାବାସର ନାବାଳକ ଅନ୍ତେବାସୀଙ୍କ ଦ୍ୱାରା କରାଯାଇଥିବା ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ସରକାର...

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନିତ ହେଲା ନିଷ୍ଠା ପରିବାର

ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ସ୍ବେଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଗତ ଜାନୁୟାରୀ ୧ତାରିଖରୁ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫୧ଦିନ ଧରି...

ଉତ୍ତରାଖଣ୍ଡରରେ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଡେରାଡୁନ୍‌,୨।୩: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ମାନା ଗ୍ରାମରେ ହିମସ୍ଖଳନ ଯୋଗୁ ସୀମାନ୍ତ ସଡ଼କ ସଂଗଠନ (ବିଆର୍‌ଓ)ର ୫୫ଜଣ ଶ୍ରମିକ ପୋତିହୋଇ ଯାଇଥିଲେ। ରବିବାର ଆଉ...

ଲମ୍ବା ସମୟ ଧରି ଅଡିଓ ଡିଭାଇସ୍ ବ୍ୟବହାର କରୁଛନ୍ତି କି? ସବୁଦିନ ପାଇଁ ହରାଇ ପାରନ୍ତି ଶ୍ରବଣଶକ୍ତି, ପରାମର୍ଶ ଜାରିକଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨ା୩ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମ୍ପ୍ରତି ରାଜ୍ୟ ସରକାରଙ୍କୁ ହେଡଫୋନ୍, ଇୟରଫୋନ୍ ଏବଂ ଇୟରପ୍ଲଗ୍ ଭଳି ଅଡିଓ ଡିଭାଇସ୍ ଅତ୍ୟଧିକ ବ୍ୟବହାର ସମ୍ପର୍କରେ ଏକ...

ଏସ୍‌ପିଙ୍କ ବାସଭବନ ଆଗରେ ବୃଦ୍ଧଙ୍କୁ ହତ୍ୟା

ନୂଆପଡ଼ା,୨ା୩(ମକାରୁ ବେମାଲ): ନୂଆପଡ଼ା ସଦର ମହକୁମାସ୍ଥିତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ବାସଭବନ ସମ୍ମୁଖରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତ ବୃଦ୍ଧ ଜଣକ ବିଜ୍ଞାପିତ ଅଞ୍ଚଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image