Categories: ଜାତୀୟ

ଆତଙ୍କବାଦ ହେଉଛି କର୍କଟ ସଦୃଶ ଯାହା ମହାମାରୀ ଭଳି ସମସ୍ତଙ୍କୁ ପ୍ରଭାବିତ କରିଥାଏ: ଜୟଶଙ୍କର

ନୂଆଦିଲ୍ଲୀ,୨୮।୮: ଆତଙ୍କବାଦ ହେଉଛି କର୍କଟ ସଦୃଶ ଯାହା ମହାମାରୀ ଭଳି ସମସ୍ତଙ୍କୁ ପ୍ରଭାବିତ କରିଥାଏ। କିଛି ଏଭଳି ମନ୍ତବ୍ୟ ରଖିଛନ୍ତି ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର। ଶୁକ୍ରବାର ୧୯ତମ ଦରବାରି ସେଠ୍‌ ମେମୋରିଆଲ ଲେକଚର୍‌ ଅବସରରେ ନିଜ ଭାଷଣରେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜୟଶଙ୍କର। ଏଥିସହ ସେ ପରୋକ୍ଷରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯେଉଁ ଦେଶ ଆତଙ୍କବାଦୀଙ୍କ ଉତ୍ପାଦନକୁ ପ୍ରାଥମିକ ରପ୍ତାନିରେ ପରିଣତ କରିଛିି ଏବେ ସେମାନେ ନିଜକୁ ଆତଙ୍କବାଦର ଶିକାର ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି। ଆତଙ୍କବାଦ ଓ ମହାମାରୀ ଉପରେ ବିଶ୍ୱର ପ୍ରତିକ୍ରିୟା ସେତେବେଳେ ଆସିଥିଲା ଯେତେବେଳେ ଏକ ନିର୍ଦ୍ଧିଷ୍ଟ ଘଟଣା ଯଥେଷ୍ଟ ବ୍ୟାଘାତ ସୃଷ୍ଟି କରିଥିଲା। ଆତଙ୍କବାଦ ବିରୋଧରେ ସଂଘର୍ଷ ଚାଲିଛି ଏହାକୁ ବନ୍ଦ କରିବା ପାଇଁ ଅନ୍ତର୍ଜାତୀୟ ବ୍ୟବସ୍ଥା ଆବଶ୍ୟକ ବୋଲି ବର୍ହିବ୍ୟାପାର ମନ୍ତ୍ରୀ କହିଛନ୍ତି।

Share