ଜୟଶଙ୍କର ଆମକୁ ଧମକ ଦେଇଥିଲେ: ଓଲି

କାଠମାଣ୍ଡୁ,୨୧।୯: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭାରତ ବିରୋଧରେ ପୁଣି ଗୁରୁତର ଅଭିଯୋଗ ଆଣିଛନ୍ତି। ଓଲି ଦାବି କରିଛନ୍ତି ଯେ, ୨୦୧୫ରେ ଭାରତର ତତ୍କାଳୀନ ବୈଦେଶିକ ସଚିବ ତଥା ବର୍ତ୍ତମାନର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଭାରତର ଚାହିଦା ଅନୁଯାୟୀ ନେପାଳର ନୂତନ ସମ୍ବିଧାନରେ ସଂଶୋଧନ କରିବାକୁ ଚାପ ପକାଇଥିଲେ। ଜୟଶଙ୍କର ନେପାଳର ଶୀର୍ଷ ନେତାଙ୍କୁ ଧମକ ଦେଇ କହିଥିଲେ ସାମ୍ପ୍ରତିକ ଫର୍ମାଟରେ ସମ୍ବିଧାନ କାର୍ଯ୍ୟକାରୀ କରନ୍ତୁ ନାହିଁ। କେପି ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ଚେତାବନୀ ଦିଆଯାଇଥିଲା ଯେ, ଯଦି ନେପାଳର ସମ୍ବିଧାନ ଭାରତର ପରାମର୍ଶ ବିରୁଦ୍ଧରେ କରାଯାଏ, ତେବେ ଏହାକୁ ଗ୍ରହଣ କରାଯିବ ନାହିଁ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୦ , ୨୦୧୫ରେ ନେପାଳ ନିଜ ନୂଆ ସମ୍ଭିଧାନ ଲାଗୁ କରାଯାଇଥିଲା। କିନ୍ତୁ ନୂଆ ସମ୍ଭିଧାନ ବିରୋଧରେ ଭାରତ ବର୍ଡର ଦକ୍ଷିଣ ନେପାଳର ଜିଲାଗୁଡିକରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

Share