Categories: ଜାତୀୟ

କରୋନାକୁ ନେଇ କାନାଡା ସହ ଅନୁଷ୍ଠିତ ବୈଠକରେ ଯୋଗ ଦେବେନାହିଁ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୫ ।୧୨: କୃଷକ ଆନ୍ଦୋଳନକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିଶ ଟ୍ରୁଡୋଙ୍କ ଟିପ୍ପଣିକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରଥିବା ଜାଣିବା ପରେ କାନାଡା ପ୍ରଧାନମନ୍ତ୍ରୀ ତାଙ୍କ ବୟାନ ନ ବଦଳାଇବାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କରୋନାକୁ ନେଇ କନାଡା ସହ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସାମିଲ ହେବାକୁ ରାଜି ନ ଥିବା ଜଣାପଡିିଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ନୂଆଦିଲ୍ଲୀ ଓଟାୱାକୁ କହିଛି ଯେ ଡିସେମ୍ବର ୭ରେ ହେବାକୁ ଥିବା ବୈଠକରେ ବୈଦେଶିକମନ୍ତ୍ରୀ ଜୟଶଙ୍କର ସାମିଲ ହେବେ ନାହିଁ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବୟାନ ପରେ କାନାଡାରେ ଭାରତ ବିରୋଧି ରାଲି ଆରମ୍ଭ ହୋଇଯାଇଛି । କେବଳ ସେତିକି ନୁହେଁ ନୂଆଦିଲ୍ଲୀରେ ଶୁକ୍ରବାର କାନାଡା ଉଚ୍ଚାୟୁକ୍ତ ନାଦିର ପଟେଲଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଟାର୍ଗେଟ କରିଛି । ଭାରତ କହିଛି କାନାଡା ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣି ଦୁଇ ଦେଶର ସମ୍ପର୍କର ପ୍ରଭାବ ପକାଇବ ।

Share