Categories: ଜାତୀୟ

ଡୋଭାଲଙ୍କ କାର୍ଯ୍ୟାଳୟ ଉପରେ ଜୈଶ୍‌ର ନଜର: ଆଲର୍ଟରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୧୩।୨: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲଙ୍କ କାର୍ଯ୍ୟାଳୟ ଉପରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନନଜର ରଖିଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ସୁରକ୍ଷା ଏଜେନ୍ସିଙ୍କ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। କାର୍ଯ୍ୟାଳୟକୁ ରେକି କରାଯାଉଥିବା ଭିଡ଼ିଓ ମିଳିବାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଫେବୃୟାରୀ ୬ରେ ଜମ୍ମୁ-କଶ୍ମୀରର ଶୋପିଆନ୍‌ରୁ ଗିରଫ ହୋଇଥିବା ଆତଙ୍କବାଦୀ ହିଦାୟତ-ଉଲ୍ଲାହ-ମାଲିକ୍‌ଙ୍କୁ ପଚରା ଉଚରା ସମୟରେ ଜୈଶ୍‌ ଷଡ଼ଯନ୍ତ୍ର ସମ୍ପର୍କରେ ଜଣାପଡ଼ିଛି। ଭିଡ଼ିଓଗୁଡ଼ିକର ଶୁଟିଂ ମାଲିକ୍‌ କରିଥିଲେ। ପାକିସ୍ତାନ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଜମାତ୍‌-ଏ-ଇସ୍ଲାମୀ, ଲଶ୍କର-ଇ-ତୋଏବା, ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆଦି ସଂଗଠନ ସଦସ୍ୟଙ୍କୁ ଆବଶ୍ୟକ ତାଲିମ ଯୋଗାଇ ଦେଉଛି। ଏଥିରେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ସହାୟତା କରୁଛି।

Share