Categories: ଖେଳ

ମାତ୍ର ୨ଟି ଇନିଂସରେ ଦ୍ରାବିଡ, ରାଇନାଙ୍କ ଭଳି କିମ୍ବଦନ୍ତୀଙ୍କ ରେକର୍ଡ ଭାଙ୍ଗିଲେ ଜୟସ୍ବାଲ

ପୋର୍ଟ ଅଫ୍‌ ସ୍ପେନ୍‌,୨୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ତ୍ରିନିଦାଦରେ ଖେଳାଯାଉଛି। ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆ ୪ ଉଇକେଟ ହରାଇ ୨୮୮ ରନ ସଂଗ୍ରହ କରିଥିଲା। ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ଭାରତ ପାଇଁ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ସହିତ ଯଶସ୍ବୀ ଏକ ବଡ଼ ରେକର୍ଡ ହାସଲ କରିଥିଲେ।
୨୧ ବର୍ଷୀୟ ଜୟସ୍ବାଲ ତାଙ୍କର ପ୍ରଥମ ଟେଷ୍ଟରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ତାଙ୍କର ପ୍ରଥମ ଟେଷ୍ଟରେ ସେ ୧୭୧ ରନର ଏକ ବଡ଼ ଇନିଂସ ଖେଳିଥିଲେ। ଜୟସ୍ବାଲ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି।
ତ୍ରିନିଦାଦରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଯଶସ୍ବୀ ୭୪ ବଲରେ ୬୭ ରନ ସଂଗ୍ରହ କରିଥିଲେ। ସେ ୯ ଚୌକା ଓ ଗୋଟିଏ ଛକା ବାହାରିଥିଲେ। ଜୟସ୍ବାଲ ପ୍ରଥମ ଦୁଇଟି ଇନିଂସରେ ୨୨୮ ରନ ସଂଗ୍ରହ କରିଛନ୍ତି। ଏହା ସହିତ ସେ ରାହୁଲ ଦ୍ରାବିଡ, ସୁରେଶ ରାଇନା, ପୃଥ୍ବୀ ଶ’ ଏବଂ ଶିଖର ଧାୱନଙ୍କ ପରି ଭେଟେରାନ ମାନଙ୍କୁ ପ୍ରଥମ ଦୁଇଟି ଟେଷ୍ଟ ଇନିଂସରେ ସର୍ବାଧିକ ରନ ସ୍କୋର କରିବାରେ ପଛରେ ପକାଇଛନ୍ତି। ତେବେ ଏହି ରେକର୍ଡ ତାଲିକାରେ ଜୟସ୍ବାଲ ତିନି ନମ୍ବରରେ ପହଞ୍ଚିଛନ୍ତି। ରୋହିତ ଶର୍ମା ଏକ ନମ୍ବରରେ ଏବଂ ସୋରଭ ଗାଙ୍ଗୁଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଟେଷ୍ଟ କ୍ରିକେଟର ପ୍ରଥମ ଦୁଇଟି ଇନିଂସରେ ସର୍ବାଧିକ ରନ ସଂଗ୍ରହ କରିଥିବା ଭାରତୀୟ
ରୋହିତ ଶର୍ମା – ୨୮୮ ରନ
ସୌରଭ ଗାଙ୍ଗୁଲି – ୨୬୭ ରନ
ଯଶସ୍ବୀ ଜୟସ୍ବାଲ – ୨୨୮ ରନ
ଶିଖର ଧାୱନ – ୨୧୦ ରନ
ପୃଥ୍ବୀ ଶ’ – ୨୦୪ ରନ
ସୁରେଶ ରାଇନା – ୧୮୨ ରନ
ରାହୁଲ ଦ୍ରାବିଡ – ୧୭୯ ରନ

Share