Posted inଖେଳ

ଭାରତୀୟ ଟେଷ୍ଟ ଦଳରେ ଜୟସ୍ବାଲ, ଗାଏକ୍ୱାଡ୍‌

ନୂଆଦିଲ୍ଲୀ, ୨୪।୬(ପି.ଟି.): ଭାରତ-ଓ୍ବେଷ୍ଟଇଣ୍ଡିଜ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁଲାଇ ୧୨ରୁ ରୋସେଉଠାରେ ଆରମ୍ଭ ହେବ। ଏଥିପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରୁ ଚେତେଶ୍ୱର ପୂଜାରାଙ୍କୁ ବାଦ୍‌ ଦିଆଯାଇ ଯୁବ ଖେଳାଳି ଯଶସ୍ବୀ ଜୟସ୍ବାଲ ଓ ଋତୁରାଜ ଗାଏକ୍ୱାଡ୍‌ଙ୍କୁ ସାମିଲ କରାଯାଇଛି। ଶିବ ସୁନ୍ଦର ଦାସଙ୍କ ନେତୃତ୍ୱାଧୀନ ଚୟନ ପ୍ୟାନେଲ ଆଗାମୀ ୨ ବର୍ଷର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସାଇକେଲ (୨୦୨୩-୨୫)କୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ ହୋଇଛି। ଫଳରେ ପୂଜାରାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ସରି ଆସୁଥିବା ସୂଚନା ମିଳିଛି।
ଶାମିଙ୍କୁ ବିଶ୍ରାମ, ମୁକେଶ ସାମିଲ
ଟେଷ୍ଟ ସହ ଭାରତୀୟ ଦିନିକିଆ ଦଳ ମଧ୍ୟ ଘୋଷଣା କରାଯାଇଛି। ରୋହିତ ଶର୍ମା ଉଭୟ ଦଳର ନେତୃତ୍ୱ ନେବେ। ଆଉ ଏକ ଉଲ୍ଲେଖନୀୟ ଘଟଣା ହେଲା ପୂର୍ବ ମ୍ୟାଚରେ ଅନ୍ତର୍ଜାତୀୟ ପ୍ରତ୍ୟାବର୍ତ୍ତନ କରିଥିବା ଅଜିଙ୍କ୍ୟ ରାହାନେଙ୍କୁ ଦଳର ଉପ-ଅଧିନାୟକ ମନୋନୀତ କରାଯାଇଛି। ମହମ୍ମଦ ଶାମିଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଇଛି। ଅର୍ଥାତ୍‌ ତାଙ୍କୁ ଟେଷ୍ଟ କିମ୍ବା ଦିନିକିଆ ଦଳରେ ସାମିଲ କରାଯାଇନାହିଁ। ସ୍ଥିର ପ୍ରଦର୍ଶନ ଦେଇପାରି ନ ଥିବା ଉମେଶ ଯାଦବଙ୍କୁ ବାଦ୍‌ ଦିଆଯାଇଥିବାବେଳେ କୋଲକାତା ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ସୁଯୋଗ ମିଳିଛି। ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ପରଠାରୁ ବାଦ୍‌ ପଡ଼ି ଆସୁଥିବା ନବଦୀପ ସଇନୀଙ୍କୁ ଏଥର ସାମିଲ କରାଯାଇଛି। କାରିବିୟନ ଟ୍ରାକ୍‌ରେ ସେ ଉପାଦେୟ ହେବେ ବୋଲି ଆଶା କରାଯାଉଛି। ନୂଆକରି ସାମିଲ ହୋଇଥିବା ୩ ଖେଳାଳି ଜୟସ୍ବାଲ, ଗାଏକ୍ୱାଡ୍‌ ଓ ମୁକେଶ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଅବସରରେ ଭାରତୀୟ ଦଳର ଷ୍ଟାଣ୍ଡବାଇ ଖେଳାଳି ଥିଲେ। ଘରୋଇ କ୍ରିକେଟର ଗତ କିଛି ସିଜନରେ ଏମାନେ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ଦିନିକିଆ ଦଳରେ ସେପରି କିଛି ବିସ୍ମୟ ଦେଖିବାକୁ ମିଳିନାହିଁ। ୧୭ ଜଣିଆ ଦଳ ସ୍ବାଭାବିକଭାବେ ମନୋନୀତ ହୋଇଛନ୍ତି। ଆହତ ଯଶପ୍ରୀତ୍‌ ବୁମ୍‌ରା, ଶ୍ରେୟସ ଆୟାର ଓ ଲୋକେଶ ରାହୁଲ ଫିଟ୍‌ ନାହାନ୍ତି। ଏହି ୩ ଜଣଙ୍କୁ ମିଶାଇ ୨୦ ଜଣିଆ କୋର୍‌ ଦଳରୁ ଆଗାମୀ ବିଶ୍ୱକପ ପାଇଁ ଖେଳାଳି ଚୟନ ହେବେ।
ପୂଜାରାଙ୍କ ପ୍ରତ୍ୟାବର୍ତ୍ତନ କଷ୍ଟକର ହେବ
ଏହା ପୂର୍ବରୁ ରାହାନେଙ୍କ ସହ ପୂଜାରା ଯେତେବେଳେ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ୍‌ ପଡ଼ିଥିଲେ ସେତେବେଳେ ତତ୍‌କାଳୀନ ଚୟନ କମିଟି ମୁଖ୍ୟ ଚେତନ ଶର୍ମା କହିଥିଲେ ଯେ, ତାଙ୍କ ପାଇଁ ପଥରୁଦ୍ଧ ହୋଇନାହିଁ। ପ୍ରଥମଶ୍ରେଣୀ କ୍ରିକେଟରେ ଭଲ ପ୍ରଦର୍ଶନ କରି ସେ ପୁଣି ଫେରିପାରିବେ। ପୂଜାରା ସସେକ୍ସ ପକ୍ଷରୁ କାଉଣ୍ଟି କ୍ରିକେଟ ଖେଳି ସ୍ଥିର ପ୍ରଦର୍ଶନ ଦେବାରୁ ୨୦୨୨ରେ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ପାଇଁ ଡାକରା ପାଇଥିଲେ। ଏହାପରେ ଚଳିତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ କ୍ୟାରିୟରର ୧୦୦ତମ ଟେଷ୍ଟ ମଧ୍ୟ ଖେଳିଥିଲେ। ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଫଳତା ପରେ ତାଙ୍କ ସୁଯୋଗ କ୍ଷୀଣ ହୋଇଥିଲା। ମାତ୍ର ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଚୟନକର୍ତ୍ତାମାନେ ଦଳରେ ବିଶେଷ ପରିବର୍ତ୍ତନ କରିବାକୁ ଚାହୁଁ ନ ଥିଲେ। ମାତ୍ର ଓଭାଲରେ ଦୁଇଟିଯାକ ଇନିଂସରେ ବିଫଳତା ତାଙ୍କ ଭାଗ୍ୟ ନିର୍ଣ୍ଣୟ କରିଥିଲା। ଡବ୍ଲ୍ୟୁଟିସି ଫାଇନାଲ ଅବସରରେ ଶିବ ସୁନ୍ଦର ଦାସ ଲଣ୍ଡନରେ ଥିଲେ। ତେଣୁ ସେ ନିଶ୍ଚିତ ଚୟନ ପ୍ୟାନେଲର ଆଭିମୁଖ୍ୟ ସମ୍ପର୍କରେ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କ ସହ ଆଲୋଚନା କରିଥିବେ।
ଓପନ କରିପାରନ୍ତି ଜୟସ୍ବାଲ, ଗାଏକ୍ୱାଡ୍‌
ଆଗାମୀ ସିରିଜରେ ଜୟସ୍ବାଲ ଓ ଗାଏକ୍ୱାଡ୍‌ ଇନିଂସ ଓପନ କରିପାରନ୍ତି କିମ୍ବା କେହିଜଣେ ତୃତୀୟ ସ୍ଥାନରେ ଖେଳିପାରନ୍ତି। ଅବଶିଷ୍ଟ ଭାରତ ଏକାଦଶ ପକ୍ଷରୁ ମଧ୍ୟପ୍ରଦେଶ ବିପକ୍ଷ ଇରାନୀ କପ୍‌ରେ ୨୧୩ ଓ ୧୪୪ ରନ କରିଥିବା ମୁମ୍ବାଇର ବାମହାତୀ ବ୍ୟାଟର ଜୟସ୍ବାଲଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ ହେବା ସମ୍ଭାବନା ଦୃଢ଼। ପ୍ରଥମଶ୍ରେଣୀ କ୍ରିକେଟରେ ତାଙ୍କର ଆଭରେଜ ୮୦.୨୧ ରହିଛି।
ଭାରତୀୟ ଟେଷ୍ଟ ଦଳ
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ଋତୁରାଜ ଗାଏକ୍ୱାଡ୍‌, ବିରାଟ କୋହଲି, ଯଶସ୍ବୀ ଜୟସ୍ବାଲ, ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), କେ.ଏସ. ଭରତ, ଇଶାନ କିଷନ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୂଳ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଡକଟ୍‌, ନବଦୀପ ସଇନୀ।
ଭାରତୀୟ ଦିନିକିଆ ଦଳ
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ଋତୁରାଜ ଗାଏକ୍ୱାଡ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶାର୍ଦ୍ଦୂଳ ଠାକୁର, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଡକଟ୍‌, ମହମ୍ମଦ ସିରାଜ, ଉମ୍ରାନ ମଲିକ, ମୁକେଶ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri