Categories: ଖେଳ

ଉପରକୁ ଉଠିଲେ ଜୟସ୍ବାଲ

ନୂଆଦିଲ୍ଲୀ,୨୬।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ ଭାରତୀୟ ଦଳ ୧-୦ରେ ଜିତି ନେଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ବୀ ଜୟସ୍ବାଲ ଡେବୁ କରିଥିଲେ। ଯଶସ୍ବୀ ଜୟସ୍ବାଲ ତାଙ୍କର ପ୍ରଥମ ଟେଷ୍ଟରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପରେ ସେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅର୍ଦ୍ଧଶତକ କରିଥିଲେ। ଜୟସ୍ବାଲ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ୧୧ଟି ସ୍ଥାନ ଉପରକୁ ଉଠିଛନ୍ତି। ଏହା ପୂର୍ବରୁ ଯଶସ୍ବୀ ଜୟୱାଲ ଆଇସିସି ଟେଷ୍ଟ ମାନ୍ୟତାରେ ୭୪ ତମ ସ୍ଥାନରେ ରହିଥିଲେ। କିନ୍ତୁ ବର୍ତ୍ତମାନ ସେ ୬୩ତମ ସ୍ଥାନରେ ପହଞ୍ଚିଛନ୍ତି।

Share