Categories: ଜାତୀୟ

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜିତିନ ପ୍ରସାଦ

ଲକ୍ଷ୍ନୌ,୧୧।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଜିତିନ ପ୍ରସାଦ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜିତିନ ପ୍ରସାଦ ବର୍ତ୍ତମାନ କେନ୍ଦ୍ରର ଦାୟିତ୍ୱ ଗ୍ରହଣ କରିବେ। ମୋଦି ୩.୦ ସରକାରରେ ତାଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ କରାଯାଇଛି।

ଉତ୍ତରପ୍ରଦେଶର ପିଲିଭିଟ ଲୋକ ସଭା ଆସନରୁ ନିର୍ବାଚନରେ ଜିତିଥିବା ଜିତିନ ପ୍ରସାଦ ଜୁନ ୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହା ପରେ ତାଙ୍କୁ ବାଣିଜ୍ୟ, ଶିଳ୍ପ ଏବଂ ସୂଚନା ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତାଙ୍କୁ ଉତ୍ତରପ୍ରଦେଶର ଜଣେ ବଡ ବ୍ରାହ୍ମଣ ଚେହେରା ଭାବରେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି।

Share