ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ ସ୍ଥାନରୁ ପ୍ରତିଦ୍ୱନ୍ଦ୍ୱିତା କରିବା କିଛି ନୂଆ କଥା ନୁହେଁ। ଭାରତର ନିର୍ବାଚନୀ ଇତିହାସରେ ବହୁ ତୁଙ୍ଗ ନେତା ଭିନ୍ନ ଅଞ୍ଚଳରେ ନିର୍ବାଚନ ଲଢ଼ି ବିଜୟୀ ହୋଇପାରିଛନ୍ତି। ଯାଜପୁର ଜିଲା ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଚଳିତ ନିର୍ବାଚନରେ ଯାଜପୁର ବାସିନ୍ଦା ତଥା ବିଜେଡିର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏଥର ସମ୍ବଲପୁର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ତାଙ୍କ ବିପକ୍ଷରେ ତାଳଚେର ବାସିନ୍ଦା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଜପା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ଯେ, ମୁଖ୍ୟମନ୍ତ୍ରୀ ଏଥର ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନ ଲଢୁଥିବା ପ୍ରାର୍ଥୀ କେଉଁଠାର ମୂଳବାସିନ୍ଦା ସେ ପ୍ରସଙ୍ଗ ପରିବର୍ତ୍ତେ, ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ, ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ସମସ୍ୟା ସହିତ ତାଙ୍କ ସମ୍ପର୍କ ଏବଂ ତାଙ୍କ ଦଳର ସାଂଗଠନିକ ଶକ୍ତି ହିଁ ଭୋଟରଙ୍କ ପାଖରେ ଗ୍ରହଣୀୟ ହେଉଥିବା ଦେଖାଯାଉଛି। ହେଲେ ଆଜିକାଲି ନିର୍ବାଚନମଣ୍ଡଳୀ ସହ କୌଣସି ସମ୍ପର୍କ ନ ରଖି ଦଳୀୟ ହାଇକମାଣ୍ଡଙ୍କଠାରୁ ଟିକେଟ ଆଣି ନିର୍ବାଚନ ଲଢ଼ିବାର ଏକ ନୂଆ ଧାରା ସୃଷ୍ଟି ହୋଇଥିବାରୁ ମାଟିର ପୁଅଙ୍କୁ ଅଧିକାର ମିଳୁନାହଁି। ଏ ନେଇ ସ୍ବାଭାବିକ ଭାବରେ ଭୋଟର ଓ ଦଳୀୟ କର୍ମୀମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।
ନବକୃଷ୍ଣ ଚୌଧୁରୀ ବଡ଼ଚଣା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚିତ ହେବା ସହ ୧୯୫୦ରୁ ୧୯୫୬ ଯାଏ ପ୍ରାୟ ୬ ବର୍ଷ ଧରି ଓଡ଼ିଶା ମୁଖ୍ୟମନ୍ତ୍ରୀ ହୋଇଥିଲେ। ଚୌଧୁରୀ ଜଗତ୍‌ସିଂହପୁର ଜିଲାର ମୂଳବାସିନ୍ଦା ହୋଇଥିବାବେଳେ ଅନୁଗୋଳରେ ଏକ ଆଶ୍ରମ କରି ପୂର୍ବରୁ ରହୁଥିଲେ ବୋଲି ଜଣାପଡିଛି। ସେହିପରି ୧୯୫୭ରେ କଂଗ୍ରେସରୁ ଯଦୁମଣି ମଙ୍ଗରାଜ ବଡ଼ଚଣା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ସେ ଉପବାଚସ୍ପତି ଭାବେ କାର୍ଯ୍ୟ ତୁଳାଇଥିଲେ। ମଙ୍ଗରାଜଙ୍କ ଘର କେନ୍ଦ୍ରାପଡ଼ା ଜିଲା ବୋଲି ଜଣାପଡ଼ିଛି। କୋରେଇ ନିର୍ବାଚନମଣ୍ଡଳୀ ପୂର୍ବରୁ ଏହା ଯାଜପୁର ପଶ୍ଚିମ ନିର୍ବାଚନମଣ୍ଡଳୀ ରହିଥିଲା। ଏହି ନିର୍ବାଚନମଣ୍ଡଳୀରେ ପ୍ରଫୁଲ୍ଲ ଘଡେଇ ୧୯୬୭ ଓ ୧୯୭୧ରେ ବିଜୟୀ ହୋଇଥିଲେ। ହେଲେ ତାଙ୍କ ଘର ଦଶରଥପୁର ବ୍ଲକ ଆନ୍ଦଳା ଗ୍ରାମରେ। ପରବର୍ତ୍ତୀ ସମୟରେ ସେ ୧୯୯୦ରୁ ସୁକିନ୍ଦା ଆସନରୁ ଲଗାତର ଭାବେ ୨୦୦୯ ପର୍ଯ୍ୟନ୍ତ ବିଜୟୀ ହୋଇଛନ୍ତି। ସେହିପରି ତାଙ୍କ ପୁଅ ପ୍ରୀତିରଞ୍ଜନ ଘଡେଇ ୨୦୦୯ରେ କୋରେଇ ଓ ୨୦୧୪ରୁ ସୁକିନ୍ଦା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। ସେହିପରି ଯାଜପୁର ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଅଶୋକ ଦାସ ୧୯୭୪ରୁ କୋରେଇରୁ ବିଜୟୀ ହୋଇଥିଲେ ା ସେ ୬ ଥର ଏହି ଆସନରୁ ପ୍ରତିନିଧିତ୍ୱ କରିଛନ୍ତି। କିନ୍ତୁ ବାସ୍ତବରେ ଅଶୋକଙ୍କ ଘର ଯାଜପୁର ନିର୍ବାଚନମଣ୍ଡଳୀରେ। ୨୦୦୪ରେ ଭାଜପା ଟିକେଟରେ ସଞ୍ଚିତା ମହାନ୍ତି କୋରେଇ ଆସନରୁ ବିଜୟୀ ହୋଇଥିଲେ। ତାଙ୍କ ବାପଘର ରାମବାଗ ହୋଇଥିବାବେଳେ ଶ୍ୱଶୁରଘର ବାଲେଶ୍ୱର ଜିଲାରେ। ସେହିପରି କଳ୍ପତରୁ ଦାସଙ୍କ ପୈତୃକ ଘର କୋରେଇ ନିର୍ବାଚନମଣ୍ଡଳୀର ଭୋଟକା ଗ୍ରାମରେ ହୋଇଥିବାବେଳେ ସେ ଧର୍ମଶାଳା ଆସନରୁ ୧୯୯୫ରୁ ୨୦୦୯ ପର୍ଯ୍ୟନ୍ତ ବିଧାୟକ ହୋଇ ମନ୍ତ୍ରୀପଦ ପାଇଥିଲେ। ବିଶେଷକରି ଜିଲାର କୋରେଇ, ସୁକିନ୍ଦା, ଧର୍ମଶାଳା ଓ ବଡ଼ଚଣା ନିର୍ବାଚନମଣ୍ଡଳୀରେ ବାହାର ପ୍ରାର୍ଥୀଙ୍କୁ ଗ୍ରହଣୀୟ କରାଯାଇଛି। ଏହି କ୍ରମରେ ଏବେ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ମଧ୍ୟ ଯାଜପୁର ଜିଲା ଛାଡ଼ି ସମ୍ବଲପୁର ଲୋକ ସଭା ଆସନରୁ ବିଜୟୀ ହେବାକୁ ଆଶା ରଖିଛନ୍ତି। ତାଙ୍କ ପରିବାରବର୍ଗରୁ ଜଣେ ଏବେ କୋରେଇ ଆସନରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ସେହିପରି ବାପାଙ୍କ ପ୍ରଥା ଅନୁକରଣ କରି ପ୍ରଣବ ବଳବନ୍ତରାୟ(ଜିତୁ) ଓ ପ୍ରୀତିରଞ୍ଜନ ଘଡେଇ(ଡାନି) ନିଜ ପୈତୃକ ଘର ଅଞ୍ଚଳ ଛାଡ଼ି ଅନ୍ୟତ୍ର ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ସମ୍ପ୍ରତି ଭୋଟରଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଘଟିଛି ା ଏହି ପରିପ୍ରେକ୍ଷୀରେ ଚଳିତ ନିର୍ବାଚନରେ ନିଜ ମାଟିର ପୁଅଙ୍କୁ ଭୋଟର କେତେ ଗୁରୁତ୍ୱ ଦେଉଛନ୍ତି ତାହା ନିର୍ବାଚନ ଫଳାଫଳ ହିଁ କହିବ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri