ଯାଜପୁର-ଢେଙ୍କାନାଳ ଯୋଗାଯୋଗ ବିଚ୍ଛିନ୍ନ

କାଳିଆପାଣି,୩।୮(ଅସିତ ମହାନ୍ତ):ଲଘୁଚାପ ଜନିତବର୍ଷା ଲାଗି ରହିଥିବାରୁ ଡମଶାଳ ନାଳେରେ ପାଣିଆସି ୨ ଯାଜପୁର ଓ ଢେଙ୍କାନାଳ ଜିଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବହୁ ବର୍ଷ ପୂର୍ବରୁ ଡମଶାଳ ନାଳରେ ନିର୍ମାଣ ହୋଇଥିବା ପୋଲ ଭାଙ୍ଗି ଅସୁରକ୍ଷିତ ଅବସ୍ଥାରେ ରହିଥିବାବେଳେ ଦୁଇପଟ ସୁରକ୍ଷା ବାଡ଼ନାହିଁ। ବର୍ଷା ହୋଇ ନ ଥିବାବେଳେ ପଥଚାରୀ ଓ ଯାନବାହନ ଯାତାୟାତ ସୁରକ୍ଷିତ ନ ଥିଲା। ଏବେ ନାଳର ୨ କୁଳ ଖାଉଥିବାବେଳେ ପୋଲ ଉପରେ ୩ ଫୁଟ ପାଣି ଚାଲୁଛି। ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଯୋଗୁ ଡମଶାଳ ନାଳର ଉତ୍ପତ୍ତିସ୍ଥଳ ମହାଗିରି ପାହାଡ଼ ପାଦଦେଶ କଅଁସ ପଞ୍ଚାୟତ ଟିକରପଡ଼ା ଅଞ୍ଚଳର ପାହାଡ଼ରୁ ପାଣି ସହ ବିଭିନ୍ନ ଖଣି ଡମ୍ଫର ପଟୁ ମିଶା ପାଣି ନାଳରେ ଆସୁଛି। ଫଳରେ ଡମଶାଳ ନାଳ ଦେଇ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। କାଳିଆପାଣି ଅଞ୍ଚଳରୁ ଢେଙ୍କାନାଳ ଓ କେନ୍ଦୁଝର ଅଞ୍ଚଳକୁ ସେହି ରାସ୍ତା ଦେଇ ଅନେକ ବସ୍‌ ଯାତାୟାତ କରିଥାଏ। ସେହିପରି କାଠପାଳ, ଡଙ୍ଗାପାଳ, ମରୁଆବିଲ, କୁଚିଡ଼ାବାଙ୍କ, ସେଣ୍ଡସର, ବିରାଶାଳ, ଭାଲୁଟାଙ୍ଗର, ବନ୍ଦାଣିଆ, କୁସୁମଘୁଟ ଓ ବାଟଗାଁର ଲୋକେ କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ହେଲେ ବର୍ଷା ପାଣି ନାଳ ପୋଲ ଉପରେ ଚାଲିବାରୁ ଖଣି କାର୍ଯ୍ୟରେ କେହି ପହଞ୍ଚି ପାରିନାହାନ୍ତି। ବେଦାନ୍ତ ଫେକର କମ୍ପାନୀର କଲୋନୀ କାଠପାଳରେ ରହିଥିବାବେଳେ ଖଣି ଓସ୍ତପାଳ, କଲରଙ୍ଗୀରେ ରହିଛି। ସେ ଖଣିର କୌଣସି କର୍ମଚାରୀ କାର୍ଯ୍ୟ କରିବା ପାଇଁ ଯାଇପାରିନାହାନ୍ତି। ଫଳରେ ଖଣି ସହ ଅତ୍ୟାବଶ୍ୟକ କାର୍ଯ୍ୟ ପ୍ରଭାବିତ ହୋଇଛି। ଦୀର୍ଘଦିନ ହେବ ଅଞ୍ଚଳ ଲୋକେ ଡମଶାଳ ନାଳଉପରେ ଏକ ସେତୁ ନିର୍ମାଣ କରିବାକୁ ଦାବି କରି ଆସୁଥିଲେ ମଧ୍ୟ ତାହା ହୋଇପାରୁନାହିଁ। ପ୍ରଶାସନ ଓ ରାଜନେତାଙ୍କ ଆନ୍ତରିକତା ଅଭାବରୁ ପୋଲ ହୋଇପାରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ସେତୁ ନିର୍ମାଣ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ମାଂସ ଜବତ କଲା ବନ ବିଭାଗ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ଯୋଗିଆପଲ୍ଲୀ ଗ୍ରାମର ନୀଳାମ୍ବର ମଳିକଙ୍କଠାରୁ ଲୋମଯୁକ୍ତ ପ୍ରାୟ ୨ କେଜି ବାର୍‌ହା ମାଂସକୁ...

ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ

ନିରାକାରପୁର/ଜଟଣୀ/ ବାଣପୁର, ୨୩ା୧୨ (ମାନସ ଚନ୍ଦ୍ର ପଟ୍ଟନାୟକ/ ରବୀନ୍ଦ୍ରନାଥ ମହାକୁଡ଼/ ଦିଲୀପ ସ୍ବାଇଁ) ଲଘୁଚାପଜନିତ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଯେଉଁ...

ଏସ୍‌ସିବିରେ ସ୍ଥାନାନ୍ତର ହେବ ନନ୍‌ଟ୍ରମା କାଜୁଆଲ୍‌ଟି

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲର ନନ୍‌ଟ୍ରମା କାଜୁଆଲ୍‌ଟି ସ୍ଥାନାନ୍ତର ହେବ। ଏବେ କାଜୁଆଲ୍‌ଟି ଯେଉଁ ସ୍ଥାନରେ କାର୍ଯ୍ୟ କରୁଛି, ସେଠାରୁ ଉଠିଯାଇ ଭେଷଜ ୱାର୍ଡର ୟୁନିଟ୍‌-୬ରେ...

ବଡ଼ଦିନ, ନୂଆବର୍ଷରେ ସ୍ବାଦିଷ୍ଟ ଖାଦ୍ୟର ମଜାନେବେ ସହରବାସୀ

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଦିନ କେଇଟା ପରେ ବଡ଼ଦିନ ଓ ନୂଆବର୍ଷ। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସହରବାସୀ...

ଜାଲ୍‌ କାଗଜପତ୍ରରେ ଜମି ପଞ୍ଜୀକରଣ, ଭଉଣୀଭାଇଙ୍କ ସମେତ ୪ ଗିରଫ

ବ୍ରହ୍ମପୁର,୨୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପନିବନ୍ଧକ (ସବ୍‌-ରେଜିଷ୍ଟ୍ରର)ଙ୍କ କାର୍ଯ୍ୟାଳୟ-୨ରେ ନକଲି କାଗଜପତ୍ର ଦାଖଲ କରି ଏକ ଜମିକୁ ପଞ୍ଜୀକରଣ ଉଦ୍ୟମ କରୁଥିବା ୪ ଅଭିଯୁକ୍ତଙ୍କୁ ଟାଉନ...

ମୁକୁଳିଲେ ଭିଏଟ୍‌ନାମର ୬ ନାବିକ

ପାରାଦୀପ,୨୩।୧୨(ଶରତ ରାଉତ): ପାରାଦୀପରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍‌ଭି ଦେବୀ ଜାହାଜର୨୧ ଜଣ ଭିଏଟ୍‌ନାମ ନାବିକଙ୍କ ମଧ୍ୟରୁ ରବିବାର ସାରେ ମାତ୍ର ୬...

ଜିନ୍ନତ ହେବ ଟ୍ରାଙ୍କୁଲାଇଜ୍‌

ବାରିପଦା,୨୩ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମହାବଳ ବାଘୁଣୀ ଜିନ୍ନତକୁ ଫେରାଇ ଆଣିବାକୁ ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଟ୍ରାଙ୍କୁଲାଇଜ୍‌...

ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଲେ ସାଗର

ଭବାନୀପାଟଣା,୨୩ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭା ଭଳି ପବିତ୍ର ଗୃହରେ ବାବା ସାହେବ ଆମ୍ବେଡକରଙ୍କ ନାମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅପମାନଜନକ ଶବ୍ଦ ବ୍ୟବହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri