ଭୁଶୁଡୁଛି ଯାଜପୁର ଜିଲା ବିଜେଡି ଗଡ଼

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୧୭ା୮: ରାଜ୍ୟ ଶାସନ ବିଜେଡି ହାତରୁ ଖସିବା ପରେ ବିଭିନ୍ନ ସ୍ଥାନରେ ଦଳୀୟ ସ୍ଥିତି ଦୋହଲିବାରେ ଲାଗିଛି। ସେଥିମଧ୍ୟରେ ଯାଜପୁର ଜିଲା ଅନ୍ୟତମ। ଏଠାରେ ବି ବିଜେଡି ଗଡ଼ ଭୁଶୁଡ଼ିବାରେ ଲାଗିଛି। ଗତ କିଛି ସପ୍ତାହ ତଳେ ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନମଣ୍ଡଳୀରେ ତୃଣମୂଳ ସ୍ତରରେ ବହୁ ବିଜେଡି ନେତା ଓ ଦଳ ସମର୍ଥନରେ ଜିତିଥିବା ଲୋକ ପ୍ରତିନିଧି ଭାଜପାରେ ସାମିଲ ହୋଇଥିଲେ। ଏବେ ଏହି ଧାରା ଜିଲାର ବରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ୨୦୨୪ ନିର୍ବାଚନରେ ବରୀରେ ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ବିଜୟୀ ହୋଇଛନ୍ତି। ଏହାସତ୍ତ୍ୱେ ଏଠାରେ ବିଜେଡି ଗଡ଼ ଭୁଶୁଡ଼ିବା ଆରମ୍ଭ ହୋଇଛି। ଭାଜପାର ବିଧାୟକ ପ୍ରାର୍ଥୀ ଉମେଶ ଜେନାଙ୍କ ନେତୃତ୍ୱରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡ୍ଡିଙ୍କ ସହ ଏକାଧିକ ସରପଞ୍ଚ, ସମିତି ସଭ୍ୟାସଭ୍ୟ ଦୀର୍ଘଦିନର ବିଜେଡି ସହିତ ଥିବା ସମ୍ପର୍କକୁ ତୁଟାଇ ପଦ୍ମ ଧରିଛନ୍ତି। ତେବେ ନିଜ ନେତାଙ୍କ ବିଜୟ ସତ୍ତ୍ୱେ ଏହି ପ୍ରକାର ବିପର୍ଯ୍ୟୟ ଜିଲା ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି। ବ୍ଲକ ଅଧ୍ୟକ୍ଷ ଗେଡ୍ଡିଙ୍କ ସମେତ ଯୁବ ନେତା ସଞ୍ଜୀବ ଜେନା, ୬ ଜଣ ସରପଞ୍ଚ ଓ ୧୨ ଜଣ ସମିତି ସଭ୍ୟ ବିଜେଡିଠାରୁ ଦୂରେଇ ଯିବା ପରେ ବିଧାୟକ ମଲ୍ଲିକଙ୍କ ପ୍ରତିଆରା ପ୍ରତି ବିପଦ ସୃଷ୍ଟ ହୋଇଥିବା ଚର୍ଚ୍ଚା ହେଉଛି।
ଶୁକ୍ରବାର ଅପରାହ୍ନରେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ଯାଜପୁର ଜିଲା ସଭାପତି ଗୌତମ ରାୟ, ଯାଜପୁର ଏମ୍‌ପି ରବୀନ୍ଦ୍ର ନାରାୟଣ ବେହେରା, ସମୀର ମହାନ୍ତି, ନାଉରୀ ନାୟକ, ଉମେଶ ଜେନା, ଆଶୁତୋଷ ପରିଡ଼ା, ମନୋଜ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ କଳାମାଟିଆ ସମିତି ସଭ୍ୟ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ, ଅନ୍ୟାସୀପୁରର ରମେଶ ଚନ୍ଦ୍ର ସାହୁ, ବାଲିବିଲର ସୁଧାଂଶୁବାଳା ସାମଲ, ଅଲିପୁରର ଅଶୋକ କୁମାର ଗେଡ୍ଡି, ବରୀର ସଞ୍ଜୀବ ଜେନା, ରମ୍ପାର ଜ୍ୟୋତିର୍ମୟୀ ବେହେରା, ଅଙ୍ଗାଳୋର ସ୍ବପ୍ନାରାଣୀ ସେଠୀ, ଅଟିରା ପ୍ରୀତିରଞ୍ଜନ ଜେନା, କିମ୍ଭିରିଆପାଳର କାବେରୀ ମାଝୀ, ବାଲିଆର ମାନସୀ ଦାସ, ମନ୍ଦାରୀର ଧୀରେନ୍ଦ୍ର ଦାସ ଓ ଉଦୟପୁରର ସମିତି ସଭ୍ୟା ନିର୍ଝରିଣୀ ସାମଲ ରହିଛନ୍ତି। ସେହିପରି ସରପଞ୍ଚ ଭାବେ ମନ୍ଦାରୀର ଧୀରେନ୍ଦ୍ର ଜେନା, ଚନ୍ଦନପୁରର ଚପଲା ମଲ୍ଲ, ରମ୍ପାର ମାନସ ଜେନା, କଳାମାଟିଆର ରଶ୍ମିତା ପରିଡା, ଅଙ୍ଗାଳୋର ଶକୁନ୍ତଳା ମଲ୍ଲିକ ଓ ଇଶାନପୁର ପଞ୍ଚାୟତର ମାମିନା ଦାସ ପଦ୍ମ ଧରିଛନ୍ତି। ଗୋଳକୁଣ୍ଡର ସବିତା ବେହେରାଙ୍କ ସ୍ବାମୀ ସହଦେବ ବେହେରା ମଧ୍ୟ ଭାଜପାରେ ସାମିଲ ହୋଇଛନ୍ତି। ନବ ନିର୍ବାଚିତ ବିଧାୟକ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚକ୍ରାନ୍ତ କରୁଥିବା ଜାଣି ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଆଗକୁ ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଓ ତାଙ୍କ ସ୍ବାମୀ ତଥା ସଂଗଠକ ଦେବେନ୍ଦ୍ର ଦାସ ମଧ୍ୟ ବିଜେଡି ଛାଡ଼ିବାକୁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି।
କିଛିଦିନ ତଳେ ଧର୍ମଶାଳା ଓ ରସୁଲପୁର ବ୍ଲକର ୧୩ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟାସଭ୍ୟ ଓ ୮ ଜଣ ସରପଞ୍ଚ ଭାଜପାରେ ସାମିଲ ହୋଇଥିଲେ। ସେହିପରି ସୁକିନ୍ଦା ନିର୍ବାଚନମଣ୍ଡଳୀର କାଳିଆପାଣି ଖଣି ଅଞ୍ଚଳରେ ୧୦୦୦ରୁ ଅଧିକ ଶ୍ରମିକ ଓ କର୍ମଚାରୀଙ୍କ ସମେତ କେତେଜଣ ଖଣି ନେତା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ନେତୃତ୍ୱାଧୀନ ପୁରୁଣା ସଂଘ ଛାଡ଼ି ନୂଆ ସଂଘରେ ମିଶିଛନ୍ତି। ଏସବୁରୁ ଯାଜପୁର ଜିଲାରେ ବିଜେଡି ସଂଗଠନ ଦୁର୍ବଳ ହେବାରେ ଲାଗିଥିବା କୁହାଯାଉଛି। ଏ ସଂକ୍ରାନ୍ତରେ ଯାଜପୁର ବିଜେଡି ଜିଲା ସଭାପତି ସରୋଜ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁମାନେ ବିଜେଡି ଛାଡ଼ିଥିବା ଖବର ଆସୁଛି ସେମାନଙ୍କ ମଧ୍ୟରୁ କେତେଜଣ ଭାଜପା କିମ୍ବା ବିଜେଡିକୁ ସମର୍ଥନ କରୁଥିଲେ ତାହା ତର୍ଜମା କରିବେ। ଅନ୍ୟପକ୍ଷେ ବିଜେଡି ବିଧାୟକ ମଲ୍ଲିକଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଶୁକ୍ରବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୨୬।୧୦: ବାତ୍ୟା ପରେ ବନ୍ୟା ସ୍ଥିତି ହୋଇନି ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସୂଚନା ଦେଇଛନ୍ତି। କିଛି କିଛି...

ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହି ୪ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୧୦: ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି...

ବାତ୍ୟା ପରେ ବନ୍ୟା ପରିସ୍ଥିତି: ଲୋକଙ୍କ ଘରେ ପଶିଲା ପାଣି

ଭଦ୍ରକ, ୨୬।୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଗୁରୁବାର ଓ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର...

‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ କାର୍ଯ୍ୟକ୍ରମ ଆରମ୍ଭ: ଯୋଗଦେଲେ ବିଶିଷ୍ଟ ସାମ୍ବାଦିକ

ଭୁବନେଶ୍ୱର,୨୬।୧୦: ଭୁବନେଶ୍ୱରରେ ପ୍ରେସ୍‌ କ୍ଲବ୍‌ରେ ଶନିବାର ‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ...

ପତିତପାବନ ବାନାରେ ପଡିଲା ଶୂନ୍ୟଗଣ୍ଠି: ଜାଣନ୍ତୁ ଏହା କ’ଣ, କାହିଁକି ପଡେ

ପୁରୀ,୨୬ା୧୦(ଅଜିତ୍‌ କୁମାର ମହାନ୍ତି):ବାତ୍ୟା ‘ଦାନା’ ପ୍ରଭାବରେ ପୁରୀରେ ବୁଧବାର ରାତିରୁ ବର୍ଷା ଆରମ୍ଭ ହୋଇଥିଲା। ଗୁରୁବାର ଦିନତମାମ ବର୍ଷା ଲାଗିରହିଥିବାବେଳେ ସନ୍ଧ୍ୟାରେ ପବନର ବେଗ ବଢିଥିଲା।...

ଆଜିଠୁ ନନ୍ଦନକାନନ ଖୋଲିବ

ତ୍ରିଶୂଳିଆ,୨୬।୧୦(ତୁଷାରକାନ୍ତ ବେହେରା):ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନକୁ ୨୪ ଓ ୨୫ ତାରିଖ ୨ ଦିନ ବନ୍ଦ ରଖାଯାଇଥିଲା। ଶନିବାରଠାରୁ ପୁଣି...

ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୬।୧୦: ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ପ୍ରଭାବିତ ଜିଲାରେ ସକାଳ ୧୧ଟା ୩୫ରୁ ପ୍ରାୟ ୨ ଘଣ୍ଟା ଧରି ଆକାଶ ମାର୍ଗରୁ...

ଧନୁଯାତ୍ରା ପୂର୍ବରୁ ତେଜୁଛି ଦାବି:ବିବାଦୀୟଙ୍କୁ ମହୋତ୍ସବରୁ ବାଦ୍‌ ଦିଆଯାଉ

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୨ମାସ ୧ସପ୍ତାହ ବାକି ରହିଲା। ଏପର୍ଯ୍ୟନ୍ତ ମହୋତ୍ସବକୁ ନେଇ ଧନୁଯାତ୍ରା କମିିଟିର ସାଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri