ଏହି କାରଣରୁ ଯାଜପୁର ଡିଏସ୍‌ପିଙ୍କୁ କରାଯାଉଛି ପ୍ରଶଂସା

ଚଣ୍ଡିଖୋଲ,୧୪ା୨: ୫୩ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଥାନା ବେଣାପୁରଠାରେ ଏକ ସଡ଼କ ଦୁର୍ଘଟଣାରେ ଆହତ ଦମ୍ପତିଙ୍କୁ ଯାଜପୁର ଡିଏସ୍‌ପି ସଂଗ୍ରାମ ଟୁଡୁ ରବିବାର ନିଜ ସରକାରୀ ଗାଡିରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସ୍ଥାନୀୟ ଲୋକେ ଡିଏସ୍‌ପିଙ୍କ ଏହି ମାନବିକତାକୁ ପ୍ରଶଂସା କରିଛନ୍ତି। ବାଲିଚନ୍ଦ୍ରପୁର ଥାନା ଅଣକା ଗ୍ରାମର କାମଦେବ ପଣ୍ଡା(୫୫)ଓ ତାଙ୍କ ସ୍ତ୍ରୀ ଲିନା ଆଚାର୍ଯ୍ୟ(୫୦)ଓଳାଶୁଣୀ ପାହାଡରୁ ଏକବନ୍ଧୁଙ୍କ ନିର୍ବନ୍ଧ କାମରେ ଯୋଗଦେଇ ଚଣ୍ଡିଖୋଲ ଅଭିମୁଖେ ଫେରୁଥିଲେ। ବେଣାପୁର ଛକ ନିକଟରେ ଏକ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଆହତ ଦମ୍ପତିଙ୍କୁ ଉଦ୍ଧାର କରିଥିଲେ। ଏହି ସମୟରେ ଡିଏସ୍‌ପି ଟୁଡୁ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରୁ କାମସାରି ଚଣ୍ଡିଖୋଲ ଅଭିମୁଖେ ଆସୁଥିଲେ। ଆହତ ଦମ୍ପତିଙ୍କୁ ଦେଖି ସଙ୍ଗେସଙ୍ଗେ ଡାକ୍ତରଖାନା ଆଣିଥିଲେ। ସେଠାରେ କାମଦେବଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି।

Share