Advertisement

ଶୂନ ହୋଇଯିବ ବିଜେଡି: ଚମକାଇଲା ଯାଜପୁର ଏମ୍‌ପିଙ୍କ ବୟାନ…

ଭୁବନେଶ୍ୱର,୬।୧୧: ରାଜ୍ୟରେ ଭାଜପା ସରକାରକୁ ଆସିବା ପରେ ଜଣଙ୍କ ପରେ ଜଣେ ବିଜେଡି ନେତା ଦଳ ଛାଡ଼ୁଛନ୍ତି। ଏହାକୁ ନେଇ ଯାଜପୁର ଏମ୍‌ପି ରବୀନ୍ଦ୍ର ନାରାୟଣ ବେହେରା ବଡ଼ ବୟାନ ଦେଇଛନ୍ତି। ଯାଜପୁରରୁ ପ୍ରକ୍ରିୟା ଆରମ୍ଭ ହେଲା, ୨୦୨୯ ନିର୍ବାଚନ ବେଳକୁ ସାରା ରାଜ୍ୟରେ ବିଜେଡି ଶୂନ ହୋଇଯିବ ବୋଲି ସେ କହିଛନ୍ତି।

ଏମ୍‌ପି ରବୀନ୍ଦ୍ର କହିଛନ୍ତି ଯେ ୨୦୨୯ ନିର୍ବାଚନ ବେଳେ ବିଜେଡି ଆଉ ଏକ ଦଳ ହୋଇ ରହିବ ନାହିଁ। ଭାଜପା ନେତାଙ୍କ ସହ ବିଜେଡି ବିଧାୟକ ସମ୍ପର୍କରେ ଅଛନ୍ତି। ମୋ ସହ ବି କିଛି ବିଜେଡି ବିଧାୟକ ସମ୍ପର୍କରେ ଅଛନ୍ତି। ପ୍ରଥମେ ୧୬ ପରେ ୨୭, ଏହା ବଢ଼ି ୫୦ ହୋଇଯିବେ । ସମସ୍ତେ ଭାଜପାକୁ ଲମ୍ଫ ମାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ବେଳେ କହିଥିଲେ ୪ ଜୁନ, ବିଜେଡି ଶୂନ । ଏହାକୁ ଯାଜପୁରବାସୀ ଆରମ୍ଭ କରିଛନ୍ତି । ପରେ ସାରା ଓଡ଼ିଶାରେ ହେବ ବୋଲି ସେ କହିଛନ୍ତି ।

ସୂଚନା ଥାଉ କି, ବରିର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଭାଜପାରେ ସାମିଲ ହୋଇଛନ୍ତି। ବୁଧବାର ସେ ନିଜ ସମର୍ଥକଙ୍କ ସହ ଭାଜପାରେ ମିଶିଛନ୍ତି। ଦଳରେ ଅଣଦେଖା ହେଉଥିବା ଅଭିଯୋଗ ଆଣି ଗତ ୨୯ ତାରିଖରେ ବିଜେଡି ଛାଡ଼ିଥିଲେ ସେ। ତେବେ ସୁନନ୍ଦା ୨୦୧୯ରୁ ୨୦୨୪ ଯାଏ ବରିରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ଦଳ ତାଙ୍କୁ ଏହି ନିର୍ବାଚନରେ ଟିକେଟ ଦେଇ ନ ଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel