ତୀବ୍ର ହେଉଛି ଯାଜପୁର ରାଜନୀତି: ପ୍ରେସ୍‌ମିଟ୍‌ କରି ଖୁବ୍‌ ବର୍ଷିଲେ ପ୍ରମିଳା, କହିଲେ ଭାଜପା ସରକାର ଆସିବା ପରଠାରୁ…

ଭୁବନେଶ୍ୱର,୨୪ା୧୧: ଯାଜପୁରରେ ରାଜନୀତି ତୀବ୍ର ହେବାରେ ଲାଗିଛି। ଭାଜପା ବିଧାୟକ ହିମାଂଶୁ ସାହୁଙ୍କୁ ମାଡ଼ ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଚହଳ ପଡ଼ିଛି। ଉଭୟ ଭାଜପା ଏବଂ ବିଜେଡି କେହି କାହାକୁ ଛାଡୁ ନାହାନ୍ତି। ଆକ୍ଷେପ ପ୍ରତି ଆକ୍ଷେପରେ ଚାଲିଛି ଯାଜପୁର ରାଜନୀତି। ରବିବାର ଏକ ପ୍ରେସମିଟ୍‌ କରି ପ୍ରବଳ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ସେ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ନାରୀ ନିର୍ଯାତନା ଓ ହିଂସା ବଢ଼ିଚାଲିଛି। ରୋକିବାକୁ କୌଣସି ପଦକ୍ଷେପ ନାହିଁ। ପ୍ରତିବାଦରେ ସୋମବାର ଡିଜିପିଙ୍କୁ ଭେଟି ଦାବି ଜଣାଇବୁ । ନ୍ୟାୟ ନ ମିଳିଲେ ଜୋରଦାର ଆନ୍ଦୋଳନ ହେବ ବୋଲି ପ୍ରମିଳା ଚେତାବନୀ ଦେଇଛନ୍ତି।

ପ୍ରମିଳା ଭଦ୍ରକ ବାଲେଶ୍ବରର ଦଙ୍ଗାର ମଧ୍ୟ ଉଦାହରଣ ଦେଇଛନ୍ତି। ସଂଖ୍ୟାଲଘୁ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି। ନାରୀ ନିର୍ଯାତନା, ହିଂସା ରୋକିବାକୁ କିଛି ପଦକ୍ଷେପ ନିଆଯାଉନି । ଏପରି କୁକର୍ମ କରି ଅପରାଧୀଙ୍କୁ ପୋଲିସ ଦ୍ବାରା ଉତ୍ସାହିତ କରାଯାଉଛି। ବିଜେଡି ଲୋକଙ୍କୁ ହଇରାଣ କରାଯାଉଛି। ଭାଜପା କର୍ମୀ କେସ୍‌ ଜରିଆରେ ବିଜେଡି ନେତାଙ୍କୁ ହଇରାଣ କରୁଛି ପୋଲିସ। କୁଚିଣ୍ଡା, ନୀଳଗିରି, ବଙ୍ଗୋମୁଣ୍ଡା, କଟକରେ ମହିଳା ନିର୍ଯ୍ୟାତନା ବଢ଼ିଚାଲିଛି ହେଲେ ପୋଲିସ ଦେଖୁନି।

ପ୍ରମିଳା ଶନିବାର ବି ପ୍ରବଳ ବର୍ଷିଥିଲେ। ରାତିରେ କଳାକାର୍‌ରେ ବିଧାୟକ କେଉଁ କାମରେ ଯାଉଥିଲେ। ଗୋଟିଏ ଜାଗାରେ ଯଦି ଆନ୍ଦୋଳନ ହେଉଛି ସେଠାକୁ କାହିଁକି ଯାଉଥିଲେ। ସେଠିକି ବିଧାୟକ ଜାଣିଶୁଣି ଯାଉଥିଲେ। ସେ ଗଣ୍ଡଗୋଳ କରିବା ପାଇଁ ହିଁ ଯାଇଥିଲେ।

ବିଧାୟକ ମିଛ କଥା କହିଛନ୍ତି। ପୋଲିସ ଏବେ ଭାଜପା କଥାରେ ଚାଲୁଛି। ଶାସକ ଦଳର ହାତବାରିସି ସାଜିଛି ପୋଲିସ। ବିଜେଡି ସରକାରରେ ଯେମିତି କାର୍ଯ୍ୟାନୁଷ୍ଠାନ ପୋଲିସ ନେଉଥିଲା ଏବେ କାହିଁକି ନେଉନାହିଁ। ବିଧାୟକ ତାଙ୍କ ଗାଡ଼ିରୁ ଆଗେ ଓହ୍ଲାଇଛନ୍ତି ସେ ଅଯଥା ମିଛ କଥା କହୁଛନ୍ତି। ପୋଲିସ ଭାଜପାର ସରକାରୀ ଗୁଣ୍ଡା ଭାବେ କାମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହତ୍ୟାର ପ୍ରତିଶୋଧ ନେଲେ ପୁଅ, ପଥରରେ ଛେଚି ବାପାଙ୍କୁ କଲେ ହତ୍ୟା

ରାଉରକେଲା,୧୪ା୪(ସଙ୍ଗୀତା ଜେନା): ବହୁ ପୂର୍ବରୁ ମାଆଙ୍କୁ ହତ୍ୟା କରିବାର ପ୍ରତିଶୋଧ ନେବା ପାଇଁ ଜଣେ ପୁଅ ବିଷ୍ଣୁ- (୨୨) ତାଙ୍କ ବାପା କ୍ରାନ୍ତି କୁମାର ବର୍ମା...

ପଣା ସଂକ୍ରାନ୍ତିରେ ମନ୍ଦିରରୁ ମିଳିଲା ପୂଜକଙ୍କ ଝୁଲନ୍ତା ମୃତଦେହ

କଟକ,୧୪।୪: ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ। ଏନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର। ଘରେ ଘରେ ଚାଲିଛି...

କାର୍ଯ୍ୟଦକ୍ଷତା ବୃଦ୍ଧି କରେ ମନ ପସନ୍ଦର ସଙ୍ଗୀତ

ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ନିଜ ମନ ପସନ୍ଦର ସଙ୍ଗୀତ ଶୁଣନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ କରିଛନ୍ତି...

ଓଡ଼ିଆ ନୂଆବର୍ଷର ସଂକଳ୍ପ

ଆଜି ପବିତ୍ର ଓଡ଼ିଆ ନୂଆବର୍ଷ। ମହାବିଷୁବ ସଂକ୍ରାନ୍ତି। ମହାବୀର ହନୁମାନ ଜୟନ୍ତୀ। ଆଜି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ହେବ ଶୁଭାରମ୍ଭ। ଆଜି...

ବାବୁଙ୍କୁ ‘ଇ-ପାର୍‌’ ଅଡୁଆ

ଭୁବନେଶ୍ୱର,୧୪ା୪(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନ ଗ୍ରୁପ୍‌-କ ଏବଂ ଖ ବର୍ଗର ଅଧିକାରୀମାନେ ସେମାନଙ୍କ ପର୍‌ଫର୍ମାନ୍ସ ଆପ୍ରାଇଜାଲ ରିପୋର୍ଟ(ଇ-ପାର୍‌) ତଥ୍ୟ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ...

ଏପ୍ରିଲ ୧୬ରୁ +୩ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର,୧୪।୪: ଏପ୍ରିଲ ୧୬ରୁ +୩ ନାମଲେଖା ପାଇଁ ଛାତ୍ରୀଛାତ୍ର ଆବେଦନ କରିପାରିବେ। NEP-୨୦୨୦ ଆଧାରରେ ୨୦୨୫-୨୬ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରୀଛାତ୍ର SAM...

ପଣା ସଂକ୍ରାନ୍ତିରେ ସ୍କୁଲ ପିଲା ବାଣ୍ଟିଲେ ପାଣି ସହ ପାରମ୍ପରିକ ପଣା

ଦାରିଙ୍ଗବାଡି, ୧୪।୪, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ନୀଳକନ୍ଦର ସାହିର ଛାତ୍ରୀଛାତ୍ରମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଣା ସଂକ୍ରାନ୍ତି ଅବସରରେ ପାରମ୍ପରିକ ପଣା...

ଭୋଟବ୍ୟାଙ୍କ ଭାଇରସ୍: ଆମ୍ବେଦକରଙ୍କୁ ଅପମାନିତ କରିବା, ୱାକଫ ଆଇନକୁ ବିରୋଧ ପାଇଁ କଂଗ୍ରେସକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦାବି କରିଛନ୍ତି ଯେ କଂଗ୍ରେସ ନୂତନ ଭାବରେ ଗୃହୀତ ୱାକଫ ସଂଶୋଧନ ଆଇନକୁ ବିରୋଧ କରିବା ପାଇଁ “ଭୋଟବ୍ୟାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image