ବଜେଟରେ ସ୍ଥାନ ପାଇଲା ନାହିଁ ଯାଜପୁର ରୋଡ୍‌-ଧାମରା ରେଳ ପ୍ରକଳ୍ପ

ଯାଜପୁର,୨୪।୭(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ରୋଡ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଟାଉନ ଓ ଆରଡି ୯୬ କି.ମି. ବିଶିଷ୍ଟ ପ୍ରସ୍ତାବିତ ନୂତନ ରେଳପଥ ନିର୍ମାଣ ପାଇଁ ୨୯୯୬ କୋଟି ୮୧ ଲକ୍ଷ ୪୫ ହଜାର ୧୨୩ ଟଙ୍କା ଅଟକଳ କରାଯାଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ଡିପିଆର(ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ମଞ୍ଜୁର କରିବା ପାଇଁ ରେଲଓ୍ବେ ବୋର୍ଡ ନିକଟରେ ଦାଖଲ ହୋଇ ସାରିଛି। ଏଥିପାଇଁ ୧୬୯୩.୪୬ ଏକର  ଜମିର ଆବଶ୍ୟକତା ପଡିବ। ଏଥିରେ ବେସରକାରୀ ଜମି ୧୩୧୬.୪୫୧ ଏକର, ସରକାରୀ ଜମି ୨୯୪.୩୭୯ ଏକର ଓ ଜଙ୍ଗଲ ଜମି ୧୨.୭୭୫ ଏକର ଅଧିଗ୍ରହଣ କରିବାକୁ ଯୋଜନା ହୋଇଛି। ତେବେ ଚଳିତ ବଜେଟ୍‌ରେ ଏହି ପ୍ରକଳ୍ପକୁ ସ୍ଥାନ ମିଳି ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ମିଳିଥିବା ତଥ୍ୟ ଅନୁସାରେ ଏହି ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିପିଆର ପ୍ରସ୍ତୁତ ପାଇଁ ୨୭ା୧୦ା୨୦୨୩ରେ ଏସ୍‌ଏମ୍‌ କନ୍‌ସଲ୍‌ଟାଣ୍ଟସ୍‌କୁ କାର୍ଯ୍ୟଦେଶ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟଦେଶରେ ଜିଓ ଟେକ୍ନିକାଲ ଇନଭେସଷ୍ଟିଗେଶନ, ସିଗ୍ନାଲିଂ ଓ୍ବାର୍କ, ଇଲେକ୍ଟ୍ରିକାଲ ଓ ଅପରେଟିଂ ଓ୍ବାର୍କ, ସିଭିଲ ଇଞ୍ଜିନିୟରିଂ ଇତ୍ୟାଦି ସର୍ଭେ କାର୍ଯ୍ୟ ରହିଥିଲା। ଏଥିପାଇଁ ରେଳ ମନ୍ତ୍ରଣାଳୟ  ପକ୍ଷରୁ ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କାର୍ଯ୍ୟାଦେଶ ପାଇବାର ୪ ମାସ ମଧ୍ୟରେ ଚୂଡ଼ାନ୍ତ ଲୋକେଶନ ସର୍ଭେ, ଡିପିଆର ଆଦି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ନିର୍ଦ୍ଧାରିତ ସମୟରେ ଡିପିଆର ଦାଖଲ ନ ହୋଇ ୯ ମାସରେ ତାକୁ ଦାଖଲ କରାଯାଇଥିଲା। ଏଭଳି ଅବହେଳାକୁ ନେଇ ସଂଗ୍ରାମ ସମିତି ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଥିଲା। ତେବେ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାସେଞ୍ଜର ଟ୍ରେନ ଘଣ୍ଟା ପ୍ରତି ୧୬୦ କିମି ବେଗରେ ଏବଂ ଗୁଡ୍ସ ଟ୍ରେନ ଘଣ୍ଟାପ୍ରତି ୬୫ କି.ମି.ବେଗରେ ଗତି କରି ପାରିବ। ଏହି ପ୍ରକଳ୍ପରେ ୩୦ଟି ବଡ଼ ବ୍ରିଜ, ୮୮ଟି କ୍ଷୁଦ୍ର ବ୍ରିଜ୍‌ ନିର୍ମାଣ ହେବ। ସେହିପରି ଯାଜପୁର ଜିଲାରେ ୮ଟି ଓ ଭଦ୍ରକ ଜିଲାରେ ୩ଟି ସମେତ ଯାଜପୁର ରୋଡ ଷ୍ଟେଶନକୁ ମିଶାଇ ୧୨ଟି ଷ୍ଟେଶନ ରହିବ। ଏଥିରେ ଯାଜପୁର ରୋଡ ଷ୍ଟେଶନକୁ ଜଙ୍କ୍‌ଶନ ଭାବେ  ନେଇ ଛୋଟରାୟପୁର, ରାମପୁର ସେଗଡି, ବାହାବଲପୁର, ଯାଜପୁର, ଜଳେଶ୍ୱର, ଶ୍ରୀପୁରା, ମଙ୍ଗଳପୁର, ଆରଡି, ଚାନ୍ଦବାଲି, ଭିତରକନିକା ଓ ଧାମରା ଷ୍ଟେଶନ ହେବ।   ପ୍ରକଳ୍ପ ନିର୍ମାଣ ସମୟରେ ପ୍ରଥମ ବର୍ଷ ୨୯୯.୬୮ କୋଟି, ଦ୍ୱିତୀୟ ବର୍ଷ ୪୪୯.୫୨ କୋଟି, ତୃତୀୟ ବର୍ଷ ୧୦୪୮.୮୯ କୋଟି ଓ ୪ର୍ଥ ବର୍ଷ ୧୧୯୮.୭୩ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ଏହାର ପରିମାଣ ବୃଦ୍ଧି ଘଟି ସମୁଦାୟ ୩୩୧୫.୭୬ କୋଟି ଟଙ୍କା ହୋଇପାରେ ବୋଲି ଡିପିଆରରେ ଉଲ୍ଲେଖ ରହିଛି। ଏହି ରେଳ ପ୍ରକଳ୍ପରେ କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ଟାଟା ଷ୍ଟିଲ, ଧାମରା ବନ୍ଦର, ଇନର କୋଲ କରିଡର-୧ ଓ ୨, ବେଦାନ୍ତ ଆଲୁମିନିୟମ, ବେଦାନ୍ତ ପାଓ୍ବାର, ଭୂଷଣ ପାଓ୍ବାର ଏଣ୍ଡ ଷ୍ଟିଲ, ଆର୍ଯ୍ୟନ ଇସ୍ପାତ୍‌,   ହିଣ୍ଡାଲକୋ ଏଲପିଜି, ଶ୍ୟାମ ମେଟାଲିକ୍ସ, ବେଦାନ୍ତ ଆଲୁମିନା, ଏସିସି ଲିଃ, ସମ୍ବଲପୁର ହିଣ୍ଡାଲକୋ, ବାଲି ପର୍ବତ ଆଇରନ ଓର ମାଇନ୍ସ, ନାଲକୋ, ନିଳାଚଳ ଇସ୍ପାତ, ଜେଏସଡବ୍ଲୁ ଓ ଏସଇରଠାରୁ ଇସିଓଆର ପର୍ଯ୍ୟନ୍ତ ଆଇରନ ଓର କମ୍ପାନୀଗୁଡିକ ଉପକୃତ ହୋଇ ପାରିବେ। ୨୦୨୯ରେ ଉକ୍ତ ରେଳପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସେଥିରେ ପ୍ରଥମ ବର୍ଷ ୧୬,୮୪,୮୪୦ ପାସେଞ୍ଜର ଯାତ୍ରା କରିବେ ବୋଲି ଆକଳନ ହୋଇଛି। ଏହାବାଦ ଡିପିଆରରେ ଯଦି ଏହି ପ୍ରକଳ୍ପ ନିର୍ମାଣ ନହୁଏ ତେବେ ଧାମରା ବନ୍ଦରକୁ ବ୍ୟାପକ ଟ୍ରାଫିକ ସମସ୍ୟା ବୃଦ୍ଧି ଘଟିବ। ସେହିପରି ପ୍ରକଳ୍ପ ନିର୍ମାଣରେ ଯଦି ବିଳମ୍ବ ହୁଏ ତେବେ ଅଟକଳ ପରିମାଣ ବୃଦ୍ଧି ହେବା ସହ ପାରାଦୀପ ବନ୍ଦର ଉପରେ ଚାପ ବଢିଯିବ। ତେବେ ୪ ବର୍ଷରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଆଶା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଭରସା କରିବ ବୋଲି ମତପ୍ରକାଶ ପାଇଛି।
  ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ୧୭ଟି ପ୍ରକଳ୍ପ ସର୍ଭେ ପ୍ରକ୍ରିୟାରେ ଲଟକିଛି। ତେବେ ସର୍ଭେ କେବେ ସରିବ, ଚୂଡ଼ାନ୍ତ ରିପୋର୍ଟକୁ ଅନୁମୋଦନ କେବେ ମିଳିବ ଏବଂ ରେଳ କାର୍ଯ୍ୟ ଆରମ୍ଭ ହେବା ନେଇ ସଂପୃକ୍ତ ଅଞ୍ଚଳବାସୀ ଚାହିଁ ରହିଛନ୍ତି। ଏଥିରେ ପୁଣି ଜମି ଅଧିଗ୍ରହଣ, ଜଙ୍ଗଲ ଜମି କିସମ ପରିବର୍ତ୍ତନ, କ୍ଷତିପୂରଣ ଆଦି ରହିଛି। ଏହି କ୍ରମରେ ଗତ ୨୯ ବର୍ଷ ହେବ ଖୋର୍ଦ୍ଧାରୋଡ-ବଲାଙ୍ଗୀର ନୂତନ ରେଳପ୍ରକଳ୍ପ ପୂର୍ଣ୍ଣତା ଲାଭ କରି ପାରିନାହିଁ। ସେହିପରି ୭ଟି ନୂତନ ରେଳ ଲାଇନ ପ୍ରକଳ୍ପ ମଞ୍ଜୁର ଲାଭ କରି ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ରିପୋର୍ଟ ମିଳିଛି। ଏହିକ୍ରମରେ ଯାଜପୁର ରୋଡ-ଧାମରା ରେଳ ପ୍ରକଳ୍ପ ସାମିଲ ହୋଇ କେବେ ସରିବ ତାହା ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri