କ୍ରିକେଟ ଖେଳାଳିମାନେ ଉଚ୍ଚ ସ୍ତରରେ ପହଞ୍ଚିବା ପରେ ପ୍ରଚୁର ଅର୍ଥ ରୋଜଗାର କରନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ଭଲ ପ୍ରଦର୍ଶନ କରିବା ପାଇଁ ସେମାନଙ୍କ ଉପରେ ଅନେକ ଚାପ ରହିଥାଏ ଏବଂ ସେଥିପାଇଁ ସେମାନଙ୍କୁ ଅନେକ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ନିକଟରେ ଅଷ୍ଟ୍ରେଲିଆର ଅନେକ କ୍ରିକେଟର ମାନସିକ ଚାପ ଯୋଗୁ କ୍ରିକେଟରୁ ବିରତି ନେଇଛନ୍ତି। ଦକ୍ଷିଣ ଅଷ୍ଟ୍ରେଲିଆର ୨୫ ବର୍ଷୀୟ ବ୍ୟାଟ୍ସମ୍ୟାନ ଜେକେ ୱାଦେରାଲ୍ଡ ମାନସିକ ସମସ୍ୟା କାରଣରୁ କ୍ରିକେଟରୁ ବିରତି ନେଇଛନ୍ତି। ସେ ଅଷ୍ଟ୍ରେଲିଆର ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ଶ୍ୟାଫ୍ଲେଡ ସିଲ୍ଡରେ ଖେଳୁଥିବାବେଳେ ଅଧାରୁ ସେ ଛାଡି ଚାଲିଯାଇଛନ୍ତି। ଏହି ଟୁର୍ନାମେଣ୍ଟ ଆରମ୍ଭରୁ ସେ ଶତକ ମାରିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ ଜେକେ ୱାଦେରାଲ୍ଡ ୪୬ ପ୍ରଥମ ଶ୍ରେଣୀ ମ୍ୟାଚରେ ହାରାହାରି ୩୪.୧୬ରେ ୨୯୭୨ ରନ ସଂଗ୍ରହ କରିଛନ୍ତି। ତାଙ୍କ ନାଁରେ ୭ ଶତକ ଅଛି।