Posted inଜାତୀୟ

ଜଳ ଜୀବନ ମିଶନ ମହିଳାଙ୍କୁ ସଶକ୍ତିକରଣ କରିଛି …

ନୂଆଦିଲ୍ଲୀ,୨।୧୦: ଜଳ ଜୀବନ ମିଶନ ଦ୍ୱାରା ଦେଶର ମହିଳାଙ୍କ ସଶକ୍ତିକରଣ କାର୍ଯ୍ୟ ସମ୍ଭବ ହୋଇ ପାରିଛି। ପୂର୍ବରୁ ପିଇବା ପାଣି ସଂଗ୍ରହ ପାଇଁ ବହୁ ଗ୍ରାମୀଣ ମହିଳାଙ୍କୁ ଦୂରଦୂରାନ୍ତ ସ୍ଥାନକୁ ଯିବାକୁ ପଡୁଥିଲା। ସମୟ ନଷ୍ଟ ହେଉଥିଲା। ମାତ୍ର ଏବେ ଗ୍ରାମୀଣ ମହିଳାଙ୍କ ସମୟ ନଷ୍ଟ ହେଉନି। ଫଳରେ ଏହି ସମୟରେ ସେମାନେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରୁଛନ୍ତି। ଏହା ଦ୍ୱାରା ସେମାନଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇପାରିଛି ବୋଲି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳ ଜୀବନ ମିଶନ ଆପ୍‌ ଲୋକାର୍ପିତ କରିବା ଅବସରରେ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୫ଟି ଗ୍ରାମ ପଞ୍ଚାୟତର ହିତାଧିକାରୀଙ୍କ ସହିତ ଜଳ ଜୀବନ ମିଶନ ସମ୍ପର୍କରେ ଆଲୋଚନା କରିଥିଲେ।

୨୦୧୯ ଅଗଷ୍ଟ ୧୨ରେ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ଯୋଗୁ ଦେଶର ୬ ଲକ୍ଷରୁ ଅଧିକ ଗାଁରେ ପିଇବା ପାଣି ସମସ୍ୟା ଦୂର ହୋଇଛି। ୩.୫ ଲକ୍ଷରୁ ଅଧିକ ଗାଁରେ ପାଣି ସମିତି ଗଠନ କରାଯାଇଛି। ପାଣିର ଗୁଣବତ୍ତା ପରୀକ୍ଷା କରିବା ଲାଗି ୭.୧ ଲକ୍ଷରୁ ଅଧିକ ମହିଳାଙ୍କୁ ଆବଶ୍ୟକ ତାଲିମ୍‌ ପ୍ରଦାନ କରାଯାଇଛି।

ଦୁଇବର୍ଷ ତଳେ ୩.୨୩ କୋଟି ଗ୍ରାମୀଣ ପରିବାରଙ୍କ ପାଖରେ ପିଇବା ପାଣିର ସୁବିଧା ଥିବାବେଳେ ଗତ ୨ ବର୍ଷ ମଧ୍ୟରେ ଏଥିରେ ୫କୋଟି ନୂଆ ପରିବାର ଯୋଗଦେଇଛନ୍ତି। ସମ୍ପ୍ରତି ଦେଶର ୮.୨୬ କୋଟି ଗ୍ରାମୀଣ ପରିବାରଙ୍କୁ ପିଇବା ପାଣି ସୁବିଧା ଯୋଗାଇ ଦିଆଯାଇଛି। ଦେଶର ୭୮ ଜିଲାର ୫୮ ହଜାର ଗ୍ରାମପଞ୍ଚାୟତରେ ୧.୧୬ ଲକ୍ଷ ଗ୍ରାମରେ ଘରେ ନଳରେ ପିଇବା ପାଣି ଯୋଗାଇ ଦିଆଯାଉଛି।

ସେହିପରି ୭.୭୨ ଲକ୍ଷ ସ୍କୁଲ, ୭.୪୮ ଲକ୍ଷ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ମଧ୍ୟ ସ୍ବଚ୍ଛ ପିଇବା ପାଣି ଜଳ ଜୀବନ ମିଶନ ଅନ୍ତର୍ଗତ ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରୁମ୍‌ରେ ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ,୨୪ା୧୨:ମହାରାଷ୍ଟ୍ର ଠାଣେ ଜିଲାର ଏକ ସେସନ୍ସ କୋର୍ଟରେ ଶନିବାର ଅପରାହ୍ନରେ ଶୁଣାଣି ବେଳେ ଜଣେ ୨୨ ବର୍ଷୀୟ ହତ୍ୟା ଅଭିଯୁକ୍ତ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ।...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

ପାକିସ୍ତାନର ସ୍ବପ୍ନ ଚୂରମାର କରିଦେଲା ଭାରତ

ନୂଆଦିଲ୍ଲୀ,୨୪।୧୨: ବ୍ରିକ୍ସରେ ସଦସ୍ୟତା ପାଇବାକୁ ଆଶା ରଖିଥିବା ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର ଦୃଢ ବିରୋଧ ଯୋଗୁ ପାକିସ୍ତାନ କେବଳ ବ୍ରିକ୍ସର ସଦସ୍ୟତାରୁ...

ସମନ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୪।୧୨: ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ...

୨୫ ବର୍ଷ ତଳୁ ସରିଥିଲା ଅନ୍ତିମ ସଂସ୍କାର: ଘରକୁ ଫେରିଲେ ମହିଳା, ଆଉ ତା’ପରେ ଘଟିଲା…

ବେଙ୍ଗାଲୁରୁ,୨୪/୧୨: ୨୫ ବର୍ଷ ତଳେ କର୍ଣ୍ଣାଟକରୁ ନିଖୋଜ ହୋଇଥିବା ଜଣେ ମହିଳାଙ୍କୁ ହିମାଚଳରୁ ଉଦ୍ଧାର କରାଯାଇଛି। ପ୍ରାୟ ଦୁଇ ଦଶନ୍ଧି ତଳେ ସେ ତାଙ୍କ ପରିବାରଠାରୁ...

ଫଡନଭିସ ସରକାରରେ ନୂଆ ବିବାଦ: ଶିବସେନା ମନ୍ତ୍ରୀମାନେ କ୍ଷୁବ୍ଧ

ପୁନେ,୨୪/୧୨:ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସ ସରକାରଙ୍କ ନୂଆ ମନ୍ତ୍ରୀଙ୍କୁ ସରକାରୀ ଘର ଆବଣ୍ଟନ କରାଯାଇଛି । ସେପଟେ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ସରକାରୀ ଗୃହକୁ ନେଇ ଆରମ୍ଭ ହୋଇଛି...

ଦାଉଦ ଇବ୍ରାହିମଙ୍କ ଭାଇଙ୍କ ଫ୍ଲାଟକୁ କବ୍ଜା କଲା ଇଡି

ଥାନେ,୨୪/୧୨:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ଭାଇ ଇକବାଲ କାସ୍କର ଏବଂ ତାଙ୍କ ସହଯୋଗୀଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଥାନେରେ ଥିବା...

ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟନ୍‌ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ,୨୪ା୧୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟନ୍‌ଙ୍କୁ ଭାରତର ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ର ୯ମ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ପୂର୍ବରୁ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri