ରାଜ୍ୟ ମୁଖ୍ୟ ସୂଚନା କମିଶନର ହେଲେ ଜଳଦ ତ୍ରିପାଠୀ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ତାମିଲନାଡ଼ୁ ପୂର୍ବତନ ପୋଲିସ ଡିଜି ତଥା ୧୯୮୫ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇପିଏଲ୍‌ ଜଳଦ କୁମାର ତ୍ରିପାଠୀଙ୍କୁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ତାଙ୍କ ନାଁ ଉପରେ ମୋହର ବାଜିଥିଲା। ଏବେ ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ତାଙ୍କ ନିଯୁକ୍ତି ସଙ୍କ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରକାଶ ଯେ, ୨୦୨୧ ଅଗଷ୍ଟ ୧୫ରୁ ସୁନୀଲ କୁମାର ମିଶ୍ରଙ୍କ ଅବସର ପରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ପଦବୀ ଖାଲିପଡ଼ିଥିଲା। ଏଥିପାଇଁ ରାଜ୍ୟ ସରକାର ୩ ବରିଷ୍ଠ ଅଧିକାରୀଙ୍କ ନାମକୁ ସର୍ଟଲିଷ୍ଟ କରିଥିଲେ। ମୁଖ୍ୟମନ୍ତ୍ରୀ ଚୟନ କମିଟି ବୈଠକରେ ଜଳଦଙ୍କ ନାମରେ ମୋହର ମାରିଥିଲେ।

Share