ଚିନ୍ତା ବଢ଼ାଉଛି ଜଳକା ବନ୍ୟା

ରୂପସା,୧୫।୮(ଡି.ଏନ.ଏ.): ବାଲେଶ୍ୱର ଜିଲାର ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ୩ଦିନ ଧରି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ଏହି ନଦୀରେ ଆସିଥିବା ବନ୍ୟା ପାଇଁ ଜନସାଧାରଣଙ୍କ ଚିନ୍ତା ବଢ଼ି ଯାଇଛି। ରବିବାର ୭ଟି ପଞ୍ଚାୟତର ବହୁ ଗାଁ ପାଣି ଘେରରେ ଥିବା ଜଣାପଡ଼ିଛି।
ଜଳକା ନଦୀର ମଥାନୀଠାରେ ବିପଦ ସଂକେତ ୫.୫ମିଟର ଥିବାବେଳେ ଶୁକ୍ରବାର ଏହା ବିପଦ ସଂକେତ ଅତିକ୍ରମ କରି ୬.୨୯ ମିଟରରେ ପହଞ୍ଚତ୍ଥିଲା। ଶନିବାର ପୁଣି ଦିନ ୧୦ଟାରୁ ଜଳସ୍ତର ବୃଦ୍ଧି ହୋଇ ଅପରାହ୍ନ ୬ଟାରେ ୬.୩୧ ମି.ରେ ପହଞ୍ଚିଥିଲା। ରବିବାର ରାତି ୯ଟା ସୁଦ୍ଧା ୬.୫୧ମିଟରରେ ଜଳସ୍ତର ପ୍ରବାହିତ ହେଉଥିବା ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ମହେଶ୍ୱର ସିଂ ସୂଚନା ଦେଇଛନ୍ତି। ଫଳରେ ବସ୍ତା ବ୍ଲକର ମଥାନୀ, ଦୁଧହଂସା, ବାହାର୍ଦ୍ଦା, ବାସିଚକୁରାଇ ସମେତ ସଦର ବ୍ଲକର ରସଲପୁର ଓ ଶ୍ରୀରାମପୁର ପଞ୍ଚାୟତର ୨୦ରୁ ଊଦ୍ଧର୍‌ବ ଗାଁ ପାଣି ଘେରରେ ରହିଛି। ଏହା ବ୍ୟତୀତ ବିଭିନ୍ନ ପଞ୍ଚାୟତର ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ରହିଛି। ଲଗାଣ ବର୍ଷାରେ ରସଲପୁର ପଞ୍ଚାୟତର ଅଜୟ ଗାଆଣ, ପ୍ରଦୀପ ଗାଆଣ, ମାଳତୀ ପ୍ରଧାନ ଓ ପାର୍ବତୀ ପ୍ରଧାନଙ୍କ ବାସଗୃହ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।